
ନିତିଶ୍ ତିୱାରୀଙ୍କ ନିର୍ଦ୍ଦେଶନାରେ ତିଆରି କରାଯାଉଛି ରାମାୟଣ । ଘୋଷଣା ହେବା ପୂର୍ବରୁ ହିଁ ଏହା ସମସ୍ତଙ୍କ ପାଇଁ ଖୁସିର ଖବର ପାଲଟିଛି । ଫିଲ୍ମରେ ଅଭିନେତା ଚୟନ କରିବା ଠାରୁ ବଜେଟ୍ ପର୍ଯ୍ୟନ୍ତ ସବୁକିଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାମଙ୍କ ଚରିତ୍ରରେ ରଣବୀର କପୁର ଅଭିନୟ କରିବେ । ସନି ଦେୱଲ ହନୁମାନଙ୍କ ଭୂମିକାରେ ଅଭିନୟ କରିବେ । ତେବେ ଏହି ଫିଲ୍ମରେ ରହିଥିବା ଷ୍ଟାରକାଷ୍ଟ ମାନଙ୍କୁ ନେଇ ସବୁବେଳେ ବେଶ୍ ଚର୍ଚ୍ଚା ଜୋର ଧରିଛି ।ଏହି ସମୟରେ ଫିଲ୍ମର ନିର୍ମାତା ନମିତ୍ ମଲହୋତ୍ରା ରାମାୟଣର ବଜେଟ୍ ୪୦୦୦ କୋଟି କହିବା ପରେ ସମସ୍ତଙ୍କ ହୋସ୍ ଉଡିଯାଇଥିଲା । ତେବେ ଏତେ ଗୁଡିଏ ଟଙ୍କା ଆସିଲା କେଉଁଠୁ । ଏହି ପ୍ରଶ୍ନର ଉତ୍ତର ନମିତ୍ ମଲ୍ ହୋତ୍ରା ଅତି ସୁନ୍ଦର ଭାବରେ ଦେଇଥିଲେ ।ନମିତ୍ ମଲ୍ ହୋତ୍ରା କିଛିଦିନ ତଳେ ଏକ ୟୁଟ୍ୟୁବ ଚ୍ୟାନେଲରେ ଏକ ଇଣ୍ଟରଭିୟୁ ଦେଇଥିଲେ । ଯେଉଁଠାରେ ସେ ରାମାୟଣକୁ ନେଇ ବହୁତ ସାରା କଥା କହିଥିଲେ । ଫିଲ୍ମର ରହିଥିବା ସମ୍ପୁର୍ଣ୍ଣ କାହାଣୀ ବିଷୟରେ ସେ କହିଥିଲେ ଏହା ସହ ଏହି ରାମାୟଣକୁ ସାରା ବିଶ୍ବରେ ପରିଚିତ କରିବାକୁ ଥିବା ଇଛା ସମ୍ପର୍କରେ କହିଥିଲେ । ଏହା ସହ ଫିଲ୍ମର ପ୍ରଥମ ଭାଗ ପ୍ରାୟ ଶେଷ ହୋଇଥିବା ନେଇ ସୂଚନା ଦେଇଥିଲେ ।ନମିତ କହିଥିଲେ ଯେତେବେଳେ ସେ ଫିଲ୍ମ ତିଆରି କରିବା ଆରମ୍ଭ କରିଥିଲେ ଏବଂ ଏହାର ଭିଜନ ଦେଖିବା ପରେ ପ୍ରାୟ ସମସ୍ତ ଅଭିନେତା ତାଙ୍କୁ ପଚାରିଥିଲେ ତାଙ୍କ ପାଖରେ ଟଙ୍କା ଅଛି କି ନାହିଁ ? ଏହି ଫିଲ୍ମ ତିଆରି ହୋଇପାରିବ ? କେମିତି ଓ କେଉଁଠୁ ଟଙ୍କା ଆସିବ ? ପ୍ରଡ୍ୟୁସର ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ସେ ସମ୍ପୁଣ୍ଣ ଭାବରେ ଫିଲ୍ମ ତିଆରି କରିସାରିଛନ୍ତି । ଏଥିପାଇଁ ସେ ଗୋଟିଏ ଟଙ୍କା ହେଲେ ବାହାରୁ ନେଇ ନାହାନ୍ତି …କି ବ୍ୟାଙ୍କରୁ କୌଣସି ଲୋନ୍ ନେଇ ନାହାନ୍ତି । କିମ୍ବା କୌଣସି ଲୋକଙ୍କ ଠାରୁ ଫଣ୍ଡ ନେଇ ନାହାନ୍ତି । ତେବେ ସବୁଠାରୁ ଆଶ୍ଚର୍ଯକର କଥା ହେଲା ଏହି ଟଙ୍କା କେଉଁଠୁ ଆସିଲା,ଓ ଫିଲ୍ମ କେମିତି ତିଆରି ହେଲା, ଯେତେବେଳେ ଲୋକେ ତାଙ୍କୁ ପ୍ରଶ୍ନ ପଚାରନ୍ତି ସେ କୁହନ୍ତି କି ସେ ଏ ବିଷୟରେ କିଛି ଜାଣନ୍ତି ନାହିଁ ।ସେ କୁହନ୍ତି ରାମାୟଣ ତାଙ୍କ ପାଇଁ କେବଳ ବିଜ୍ ନେସ କି ପ୍ରୋଜେକ୍ଟ ନୁହେଁ । ସେ ଏହାକୁ ତିଆରି କରିବା ପାଇଁ କୈଣସି ସୁଯୋଗ ଛାଡି ନଥିଲେ । କାରଣ ଯେତେବେଳ ତାଙ୍କୁ ରାମାୟଣ ବଜେଟ କେତେ ବୋଲି ପଚରାଯାଏ ସେତେବେଳେ ସେ ଗୋଟିଏ କଥା ହିଁ କହିଥାନ୍ତି କି ସେ ଏହିବିଷୟରେ କିଛି ଜାଣନ୍ତି ନାହିଁ । କାରଣ ସବୁଦିନ ବଜେଟ୍ ସେ ଦେଖିନଥାନ୍ତି । ସେ ସବୁବେଳେ ଏହା ଦେଖନ୍ତି କି ସେ କଣ ପ୍ରକୃତରେ ଏକ ଭଲ ପ୍ରଜେକ୍ଟ ତିଆରି କରିବାରେ ସଫଳ ହୋଇଛନ୍ତି । ସେ ମଧ୍ୟ ବିଶ୍ବାସ କରନ୍ତି ରାମାୟଣ ଏକ ଏଭଳି ପ୍ରୋଜେକ୍ଟ ଯାହାକି ତାଙ୍କ କାମରେ ଏକ ନୂଆ ଜୀବନ ଆଣିଦେଇଛି ।