କରୁର ଘଟଣା ପରେ ମୁହଁ ଖୋଲିଲେ ବିଜୟ, କହିଲେ ‘ମୁଖ୍ୟମନ୍ତ୍ରୀ ଜୀ ଆପଣ ମୋ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ’

ତାମିଲନାଡୁ : କରୁରରେ ହୋଇଥିବା ବିଜୟଙ୍କ ରାଲିରେ ଅଘଟଣ ପରେ ଟିଭିକେ ପାର୍ଟି ମୁଖ୍ୟ ତଥା ସୁପରଷ୍ଟାର ଥାଲାପତି ବିଜୟ ପ୍ରଥମ ଥର ମୁହଁ ଖୋଲିଛନ୍ତି । ଏହି ଘଟଣାରେ ୪୧ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାର ଦୁଇଦିନ ପରେ ବିଜୟ କହିଛନ୍ତି, ମୁଁ ମୋ ଜୀବନରେ ଏଭଳି ଯନ୍ତ୍ରଣାଦାୟକ ସ୍ଥିତିର ସାମ୍ନା କରିନାହିଁ । ଖୁବଶୀଘ୍ର ଦଳାଚକଟା ଘଟଣାର ସତ୍ୟତା ସାମ୍ନାକୁ ଆସିବ ।ସେ ଆହୁରି କହିଛନ୍ତି, ଚିନ୍ତା କରି କରି ମୋ ମନ ଭରିଯାଇଛି । ଯାହା ନ ହେବା କଥା, ତାହା ହୋଇଗଲା । ମୁଁ ମୋ ଜୀବନରେ ଏଭଳି ଯନ୍ତ୍ରଣାଦାୟକ ସ୍ଥିତି ସାମ୍ନା କରିନାହିଁ । ରାଜନୀତି କରି ଆମେ ସବୁବେଳେ ପୋଲିସ ଠାରୁ ସୁରକ୍ଷିତ ସ୍ଥାନ ପାଇଁ ଅନୁମତି ମାଗିଥାଉ । ମୁଁ ଖୁବଶୀଘ୍ର ପୀଡିତଙ୍କୁ ଭେଟିବି । ମୁଖ୍ୟମନ୍ତ୍ରୀ ମହାଶୟ, ମୁଁ ଆପଣଙ୍କୁ ଅନୁରୋଧ କରୁଛି କି, ଦୟାକରି ମୋ ପାର୍ଟିର ଅଧିକାରୀଙ୍କୁ କୌଣସି କ୍ଷତି କରନ୍ତୁ ନାହିଁ । ଆପଣ ମୋ ଘର କିମ୍ବା ମୋ କାର୍ଯ୍ୟାଳୟ ଆସି ମୋ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି, ମୁଁ ତାହା ବିରୋଧରେ ନାହିଁ । ଏହି ଘଟଣାକୁ ନେଇ ନିରପେକ୍ଷ ଯାଞ୍ଚ କରାଯାଉ, ଆଉ ଏଭଳି ଘଟଣା ଆଉ କିଭଳି ନ ହେଉ, ତାହା ଧ୍ୟାନ ରଖାଯାଉ ।କରୁର ଘଟଣାରେ ପୋଲିସ ଯାଞ୍ଚ କରି ୨ ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ଟିଭିକେ ପାର୍ଟିରେ ସଦସ୍ୟ ଅଟନ୍ତି । ସେମାନଙ୍କୁ ଆଗାମୀ ପ୍ରକ୍ରିୟା ପାଇଁ ରଖାଯାଇଛି ।ସୂଚନାଯୋଗ୍ୟ, ୨୭ ସେପ୍ଟେମ୍ବରରେ କରୁରରେ ହୋଇଥିବା ବିଜୟଙ୍କ ନିର୍ବାଚନ ରାଲିରେ ଅଘଟଣ ଘଟିଥିଲା । ହଠାତ୍ କରେଣ୍ଟ ଚାଲିଯିବାର ଲୋକମାନେ ଦୌଡଧାପଡ କରିଥିଲେ । ଫଳରେ ୪୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୧୦ ଜଣ ଆହତ ହୋଇଥିଲେ । ଆହତଙ୍କ ଚିକିତ୍ସା ବିଭିନ୍ନ ହସପିଟାଲରେ କରାଯାଉଛି ।