ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ଏବଂ ଥାନାଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କଲେ ଗଣେଶ ପୂଜା କମିଟି

ଭଞ୍ଜନଗର : ୦୩/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଚଳିତ ବର୍ଷ ଆଡମ୍ବର ସହକାରେ ପାଳିତ ହୋଇଥିଲା ପ୍ରଭୁ ଗଜାନନ ଙ୍କ ପୂଜା। ଗାଁ ଠୁ ସହର ସବୁଠି ସୁଷଜ୍ଜିତ ହୋଇ ଗଣେଶ ମେଢ଼ ଆୟୋଜିତ ହୋଇଥିଲା। ବିଭିନ୍ନ ବାଦ୍ୟଯନ୍ତ୍ର ଓ ଶୋଭାଯାତ୍ରା ବିସର୍ଜନ ମଧ୍ୟ ହୋଇଥିଲା। ଶାନ୍ତି ଏବଂ ଶୃଙ୍ଖଳା ରେ ସମସ୍ତ କାର୍ଯ୍ୟ ସମାପନ ହେବା ପରେ ବହୁ ଗଣେଶ ପୂଜା କମିଟି ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଦୀପକ ମିଶ୍ର ଏବଂ ଥାନାଧିକାରୀ ଜୀବନାନନ୍ଦ ଯେନ ଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ପୂଜା ପୂର୍ବରୁ ଥାନାରେ ଏକ ପ୍ରସ୍ତୁତି ବୈଠକ ହୋଇ ପୂଜା ଉତ୍ସବ ର କାର୍ଯ୍ୟଧରା ନିରୂପଣ କରାଯାଇଥିଲା। ପ୍ରତି ମୁହୂର୍ତ ରେ ଥାନା ଅଧିକାରୀ ଙ୍କ ସହଯୋଗ ରହିଥିଲା ସମସ୍ତ ପୂଜା କମିଟି ପ୍ରତି।ଏଥିସହ ପ୍ରତିଦିନ ପୋଲିସ ପକ୍ଷରୁ ପୂଜା ମଣ୍ଡପ ପାଖପାଖି ଅଂଚଳ ରେ ପେଟ୍ରୋଲିଙ୍ଗ କରି ସୁରକ୍ଷା ର ସ୍ଥିତି ସମୀକ୍ଷା କରା ଯାଉଥିଲା। ଏହି କାରଣରୁ ଆଜିର ଏହି ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ କରାଯାଇଛି ବୋଲି କମିଟି ସଦସ୍ୟ ମାନେ କହିଥିଲେ। ମିସାଇଲ ମେନ କ୍ଲବ ଡିହପଢାଳ, ବିନାୟକ କ୍ଲବ ବାଉଁଶଲୁଣ୍ଡି, ମଙ୍ଗଳ ମୂର୍ତ୍ତି କ୍ଲବ ମୁଜାଗଡ଼, ଲକ୍ଷ୍ମୀ ପୂଜା କମିଟି କୁଲାଡ, ଜିଲୁଣ୍ଡି ବ୍ୟତୀତ ଅନ୍ୟ ପୂଜାକମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଗ୍ରାମରେ ଏବଂ ନିକଟସ୍ଥ ଅଞ୍ଚଳ ରେ ବେଆଇନ ମଦ ଦୋକାନ ଏବଂ ଜୁଆ ଖେଳ ନ କରିବା ପାଇଁ ଥାନାଧିକାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।