ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ଦେଲେ ବଡ ବୟାନ,କହିଲେ ଭାରତ ମୋର ମାତୃଭୂମି

ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ସବୁବେଳେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କାନେରିଆ ଭାରତୀୟ ନାଗରିକ ହେବାକୁ ଚାହୁଁଥିବା ଗୁଜବକୁ ଖାରଜ କରିଛନ୍ତି ।ଦାନିଶ୍ ପାକିସ୍ତାନ ପାଇଁ ଖେଳିବା ଦିତ୍ବୀୟ ହିନ୍ଦୁ କ୍ରିକେଟର । ତାଙ୍କ ସମ୍ପର୍କୀୟ ଭାଇ ଅନିଲ ଦଲପତ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନ ର ପ୍ରତିନିଧିତ୍ବ କରିଥୁଲେ । ସେ କହିଛନ୍ତି କି ପାକିସ୍ତାନର କ୍ରିକେଟ ବୋର୍ଡ ଏବଂ ଅଧିକାରୀଙ୍କ ଠାରୁ ଭେଦବାବର ସମ୍ମୁଖୀନ ହୋଇଥିଲେ । ପୁଣି କହିଛନ୍ତି ପାକିସ୍ତାନ ହେଉଛି ତାଙ୍କ ଜନ୍ମସ୍ଥାନ । କିନ୍ତୁ ତାଙ୍କ ପୂର୍ବ ପୁରୁଷଙ୍କ ଭୂମି ଭାରତ ତାଙ୍କର ମାତୃଭୂମି ।ଦିନେଶ ନିଜ ଏକ୍ସରେ ଲେଖିଛନ୍ତି ବର୍ତମାନ ତାଙ୍କୁ ବହୁତ ଲୋକ ପଚାରିଛନ୍ତି ସେ ପାକିସ୍ତାନ ବିରୋଧରେ କାହିକିଁ କହୁ ନାହାନ୍ତି । କିମ୍ବା ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାହିଁକି କିଛି ମନ୍ତବ୍ୟ ହେଉନାହାନ୍ତି । କେତେକ ଲୋକ ଅଭିଯୋଗ କରୁଛନ୍ତି କି ସେ ଭାରତୀୟ ନାଗରିକତା କୁ ପାଇବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ସତ୍ୟ କହିବା ଗୁରୁତ୍ୱପୂର୍ଣ୍ଣ ରହିଛି ।