କୋଟିନଡ଼ା ପୋଲିସ ର ଜୁଆ ଆଡା ଉପରେ ଚଢ଼ାଉ, ୦୮ ଗିରଫ

ଆସିକା ୦୫/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡ଼ାପଦର ପଂଚାୟତ ର ନୁଆଁପଲ୍ଲୀ ନୂତନ ଭାବେ ନିର୍ମିତ ଚାଲୁ ଥିବା ଶିବ ମନ୍ଦିର ରେ ଚାଲିଥିବା ଜୁଆ ଆଡା ଉପରେ କୋଟିନଡା ପୋଲିସ ର ଅଚାନକ ଚଢ଼ାଉ କରିଥିଲା l ଏହି ମନ୍ଦିର ମଧ୍ୟରେ ଆଠ ଜଣ ତାସ ଖେଳୁଥିବା ବେଳେ ପୋଲିସ ପକ୍ଷରୁ ଯୁଆଡ଼ି କୁ ମାଡ଼ିବସିଥିଲା l ସେହି ସ୍ଥାନରୁ ୫୭ ହଜାର ଜବତ କରିବା ସହ ଦୁଇ କାଟା ତାସ କୁ ଜବତ କରାଯାଇଛି ବୋଲି କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରି ପ୍ରକାଶ କରିଛନ୍ତି ଲ କୋଟିନଡା ଥାନା କେସ ନମ୍ବର ୩୭୧/୨୫ ରେ ମାମଲା କରାଯାଇଛି l ଆଗକୁ କୁମାର ପୁର୍ଣମା ଏବଂ ଦୀପାବଳି ଥିବାରୁ ପୋଲିସ ଜୁଆଡ଼ି ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ପ୍ରକାଶ କରିଛନ୍ତି l