ଭଞ୍ଜନଗର: ଯୁବକକୁ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ, କାର୍‌ ଓ ଖଣ୍ଡା ଜବତ

ଭଞ୍ଜନଗର,୦୭/୧୦: (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରେ ଜଣେ ଯୁବକକୁ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଆଜି ପୁଲିିସ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ କୋକଳବା ଗ୍ରାମର ମନୁ ପ୍ରଧାନ ଗତମାସ ୬ ତାରିଖ ଦିନ ଗ୍ରାମ ଛକ ନିକଟରେ ବସିଥିବା ବେଳେ ଗୋଟିଏ କାର୍‌ରେ କିଛି ଦୁବୃର୍ତ୍ତ ଆସି ତାକୁ ଜୋର ଜବରଦସ୍ତ ଗାଡିରେ ବସାଇ ଏକ ବୁଦା ନିକଟକୁ ନେଇ ଗାଳି ଗୁଲଜ ଦେବା ସହ ମାରପିଟ୍‌ କରିଥିଲେ। ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ସେମାନେ ଚାଲିଯିବା ପରେ ସେ ସଲପତଇଲା ଛକକୁ ଆସିବା ପରେ ସ୍ଥାନୀୟ ଲେକଙ୍କ ସହାୟତାରେ ମେଡିକାଲକୁ ଯାଇଥିଲେ। ଏନେଇ ମନୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ କେସ୍‌ ନମ୍ବର ୩୩୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୋକଳବା ଗ୍ରାମର ରାଜେଶ କୁମାର ପ୍ରଧାନକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ଏଥିସହ ତା ନିକଟରୁ ଏକ ଖଣ୍ଡ ଓ କାର୍‌ ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।