କନ୍ଧମାଳ ଜିଲ୍ଲା ଦୁର୍ଗମ ଲଙ୍କାଗଡ଼ର ଆଈଟିଆଇ ଛାତ୍ର ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ

କନ୍ଧମାଳ ୦୭/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ଅଗ୍ନା ଅଗ୍ନୀ ଦୁର୍ଗମ ଅଂଚଳର ଜଣେ ଛାତ୍ର ଯିଏ କି ଏକ ଗରିବ ପରିବାର ରେ ଜନ୍ମ ଏବଂ ଏକଦା ଭୁବନେଶ୍ୱର ରେ ଡିପ୍ଲୋମା କରି ଅର୍ଥ ଅଭାବ ଯୋଗୁଁ ଏକ ବର୍ଷ ପରେ ପାଠ ପଢା ଛାଡ଼ି ଚାଲି ଆସିଥିଲା ସେହି ଫୁଲବାଣୀ ଆଇଟିଆଇ କୁ। ଫୁଲବାଣୀ ଆଇଟିଆଇ ରେ ଅଧ୍ୟୟନ କରି ଜାତୀୟ ସ୍ତର ରେ ସୁନାମ ଅର୍ଜନ କରିବ ବୋଲି କିଏ ଜାଣିଥିଲା। ସେତେବେଳେ ଭାଗ୍ୟର ବିଡମ୍ବନା ଶିକାର ଏବଂ ଏବେ ଭାଗ୍ୟ ସାଥ ଦେଲା। ଛାତ୍ର ଜଣକ ହେଉଛନ୍ତି ପ୍ରମୋଦ ଦଳପତି। ଦୁର୍ଗମ ଲଙ୍କାଗଡ଼ ରେ ଜନ୍ମ। ପ୍ରମୋଦ ରାଜେନ୍ଦ୍ର ଦଳପତି ଓ ସଂଗୀତ ଦଳପତି ଙ୍କର ଜୈଷ୍ଠ ପୁତ୍ର । ପ୍ରମୋଦ ଲଙ୍କାଗଡ଼ ଗ୍ରାମରେ ଶିକ୍ଷା ଲାଭ କରି ଫୁଲବାଣୀ ଆଇଟିଆଇ ରେ ଇଲେକ୍ଟ୍ରୋନିକ ଟ୍ରେଡ଼ ରେ ଅଧ୍ୟୟନ କରିଥିଲେ । ଲଙ୍କାଗଡ଼ ଗ୍ରାମ ଏବେବି ଅଁନୁନ୍ନତ ଅଞ୍ଚଳ । ସେତେବେଳେ ଗ୍ରାମରେ ବିଦ୍ୟୁତ ବି ନଥିଲା। ରାସ୍ତା ଘାଟ ଭଲ ନଥିଲା। ଯାତାୟାତ ର ସୁବିଧା ନଥିଲା । ବିକାଶ ଅପହଞ୍ଚ ଥିଲା। ଭାଗ୍ୟର ବିଡ଼ମ୍ବନା ର ଶିକାର ହେଲେ ପ୍ରମୋଦ। ତଥାପି ଦୃଢ଼ ସଂକଳ୍ପ ଆଗରେ ଅଭାବ ଅନାଟନ ହାର ମାନିଲା। ପ୍ରତିବନ୍ଧକ ସାଜି ପାରିଲାନି ପ୍ରମୋଦର ଗତିପଥରେ। ଭୁବନଶ୍ୱର ରେ ଅର୍ଥ ଅଭାବ ଯୋଗୁଁ ଏକ ବର୍ଷ ପରେ ଡିପ୍ଲୋମା ପାଠ ଛାଡ଼ି ବାକୁ ପଡି ଥିଲା ପ୍ରମୋଦଙ୍କୁ। ପୁଣି ସେ ଫେରି ଆସିଥିଲେ ସେହି ଫୁଲବାଣୀ ଆଇଟିଆଇକୁ। ଫୁଲବାଣୀ ଆଇଟିଆଇ ରେ ପଢ଼ୁଥିବା ବେଳେ ସେ ଲୋକେ ଫୋପାଡ଼ି ଦେଉଥିବା ଇଲେକ୍ଟ୍ରୋନିକ ଜିନିଷ ଓ ଡ଼ିଭାଇସେସ କୁ ସଂଗ୍ରହ କରି ତାକୁ ସଜାଡି ତାହା କିଭଳି କାମ କରେ ତାର ପରୀକ୍ଷା ନିରୀକ୍ଷା କରିବାରେ ନିପୁଣତା ହାସଲ କରିଥିଲେ। ପ୍ରମୋଦର ପ୍ରଶିକ୍ଷକ ସୁଧାଂଶୁ କୁମାର ରାଜ ପ୍ରତିଭା ସମ୍ପର୍କରେ ଜାଣି ପାରି ପ୍ରମୋଦର ଇଲେକ୍ଟ୍ରୋନିକସ ତଥ୍ୟ, ପ୍ରକଳ୍ପ ଓ ବିଭିନ୍ନ ଉନ୍ନତ ଡ଼ିଭାଇସେସ କୁ ଭୁବନେଶ୍ୱର ଓ ଦିଲ୍ଲୀ କୁ ପଠାଇଥିଲେ । ଜାତୀୟ ସ୍ତର ଟେଷ୍ଟ ରେ ଇଲେକ୍ଟ୍ରୋନିକସ ଟ୍ରେଡ଼ 2025 ଅଗଷ୍ଟ ରେ ହୋଇଥିଲା। ସେହି ଟେଷ୍ଟ ରେ ପ୍ରମୋଦ ଜାତୀୟ ସ୍ତରରେ ୪୬ତମ ରାଙ୍କ ରେ କୃତିତ୍ୱ ହାସଲ କରିଥିଲେ । ଗତ ଚାରୀ ତାରିଖରେ ଦିଲ୍ଲୀ ବିଜ୍ଞନ ଭବନରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ। ପ୍ରମୋଦ ଙ୍କର ନିଷ୍ଠା, ଅକାଟ୍ୟ ଉଦ୍ୟମ ଓ ସଂକଳ୍ପ ଆଜି କନ୍ଧମାଳ ଜିଲ୍ଲା, ଫୁଲବାଣୀ ଆଇଟିଆଇ କଲେଜ, ଓଡିଶା ଓ ଭାରତ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି। ଏହି କୃତିତ୍ବ ଅର୍ଜନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପ୍ରମୋଦ ଦଳପତି ଙ୍କୁ ଅଭିନନ୍ଦନ ଜ୍ଞାମ୍ପନ କରିଛନ୍ତି। ଏହି ଏଚିଭମେଣ୍ଟ ପାଇଁ ପ୍ରମୋଦ ତାଙ୍କର ପ୍ରଶିକ୍ଷକ ଓ ଇନଷ୍ଟ୍ରାକ୍ଟର ଶ୍ରୀ ସୁଧାଂଶୁ କୁମାର ରାଜ ଙ୍କୁ ଶ୍ରେୟ ଦେଇଛନ୍ତି। ପ୍ରମୋଦ ପୁରସ୍କୃତ ହେଲା ପରେ ପ୍ରତିକ୍ରିୟାରେ କହିଛନ୍ତି ଯେ ଆଇଟିଆଇ ଛାତ୍ର ଆତ୍ମ ନିର୍ଭରଶିଳ ତେଣୁ ଚାକିରୀ ପଛରେ ଗୋଡ଼ାଇବା ଦରକାର ନାହିଁ।” ଥିଓରୀ ଓ ପ୍ରାକଟିକାଲ ନଲେଜେ ର ମିଶ୍ରଣ ରେ ଆମେ ଆମ ପାଇଁ ସୁଯୋଗ ସୃଷ୍ଟି କରି କୃତିତ୍ୱ ହାସଲ କରି ପାରିବ ” ବୋଲି ପ୍ରମୋଦ ଦଳପତି ମତ ବ୍ୟକ୍ତ କରିଛନ୍ତି। ଇଲୋକ୍ଟ୍ରୋନିକ ଟ୍ରେଡ଼ ରେ କୃତିତ୍ୱ ହାସଲ ପାଇଁ କନ୍ଧମାଳ ଜିଲ୍ଲା କ୍ଷିପ୍ର ନ୍ୟାୟିକ ମଞ୍ଚ ର ସଭାପତି ସନ୍ତୋଷ କୁମାର ଡିଗଲ, ସମ୍ପାଦକ ତଥା ଆଇନଜୀବୀ ତୁଷାର କାନ୍ତ ନାୟକ, ଜିଲ୍ଲା ପ୍ରେସ କ୍ଲବ ର ସଭାପତି, ସୁନୀଲ ପଟ୍ଟନାୟକ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ଫୋରମ ର ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ଜାଗ୍ରତ କନ୍ଧମାଳର ସମ୍ପାଦକ ସତ୍ୟ ନାରାୟଣ ବେହେରା, ପିପୁଲସ ଫୋରମ ସଭାପତି ରାଧା ମୋହନ ମହାପାତ୍ର, ପୂର୍ବତନ ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ବି ଇ ଓ ଜଗନ୍ନାଥ ସାହାଣୀ, କେଡ଼ିଯେଏ ର ସଭାପତି ଡ଼ ଅରୂପ କୁମାର ଜେନା, ପୂର୍ବତନ ବରିଷ୍ଠ ପ୍ରଶାସକ କୁମୁଦ ଚନ୍ଦ୍ର ମଲ୍ଲିକ, ଭଏସ ଅଫ ମିଡ଼ିଆ ର ଶିବାନନ୍ଦ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜ୍ଞାମ୍ପନ କରିଛନ୍ତି ।