
ମୁମ୍ବାଇ: ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ପରେ ଶେଷରେ ଆପ୍ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସଂପର୍କକୁ ନେଇ ଏକ ଖୁସି ଖବର ହସ୍ତଗତ ହୋଇଛି। ଶୁଣିବାକୁ ମିଳୁଛି ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ ବନ୍ଧନରେ ବାନ୍ଧିହେବ। ସେମାନେ ଦିଲ୍ଲୀଠାରେ ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ରହିିଛି।
ଗତ ମାସରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନ ତାରିଖରେ ଏକାଠି ନଜର ଆସିବା ପରେ ସେ ଦୁହେଁ ପରସ୍ପରଙ୍କୁ ଡେଟ୍ କରୁଥିବା ଖବର ପ୍ରକାଶ ପାଇଥିଲା। ତାପରେ ସେମାନଙ୍କ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକାଂଶ ସମୟରେ ଅନେକଗୁଡ଼ିଏ ପ୍ରଶ୍ନ ପଚାରିଥିଲେ ବି ସେମାନେ କେବେ ବି ନିଜ ସଂପର୍କକୁ ନେଇ କିଛି କହିନଥିଲେ। ସେବେଠାରୁ, ସେମାନେ ଅନେକ ଥର ଏକାଠି ନଜର ଆସିଛନ୍ତି।
ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା, ଆପ୍ ନେତା ରାଘବ ଚଢ଼ାଙ୍କ ସହ ନଜର ଆସିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା। ତେବେ ଏନେଇ ପରିଣୀତି କି ରାଘବ ଚଢ଼ା କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିବା ବେଳେ ଅଭିନେତ୍ରୀଙ୍କ ବାପା ପବନ ଚୋପ୍ରା କହିଥିଲେ, ‘ଦୁହିଁଙ୍କ ସମ୍ପର୍କକୁ ନେଇ କୌଣସି ମତାମତ ଦେବାକୁ ଏବେ ସମୟ ବାକି ଅଛି, ଏତେ ବି ବ୍ୟସ୍ତ ହେବାର କ’ଣ ଅଛି। ଠିକ ସମୟ ଆସିଲେ ସମସ୍ତେ ଆପଣାଛାଏଁ ସବୁକିଛି ଜାଣି ପାରିବେ।’