
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ନେଇ ବଡ଼ ପଦକ୍ଷେପ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ରେଡ ଜୋନ ଘୋଷଣା କଲା ଡିଜିସିଏ । ରେଡ ଜୋନର ଅବଧି ତିନିବର୍ଷ ରହିଛି । ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପୂରଣ ହେବ। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା । ଏବେ ଶ୍ରୀମନ୍ଦିର ଉପରକୁ ନିଷିଦ୍ଧାଞ୍ଚଳ କରିବାକୁ ଆବେଦନ କରାଯିବ ।ରେଡ ଜୋନ ଘୋଷଣା ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି । ଏବେ କେବଳ ଆଣ୍ଟି ଡ୍ରୋନ ଡିଭାଇସ ଲାଗିଲେ ଉଡୁଥିବା ସମସ୍ତ ଡ୍ରୋନ କାବୁ ହୋଇପାରିବ । ଡାଇରେକ୍ଟର ଜେନେରାଲ ସିଭିଲ ଆଭିଏସନ୍ ମ୍ୟାପରେ ଶ୍ରୀମନ୍ଦିର ରେଡ ଜୋନ ଭାବ ସ୍ଥାନ ପାଇଛି ।ଏହି ନିୟମ ଅନୁଯାୟୀ ସମୁଦ୍ର ପତ୍ତନ ଠାରୁ ୫୦ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ କୌଣସି ଉଡାଣ ହୋଇପାରିବ ନାହିଁ । ରେଡ ଜୋନ ପରେ ଆଇନ ଅନୁଯାୟୀ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବ । ଅନ୍ୟ ସ୍ଥାନ ପରି ପୁରୀ ଶ୍ରୀମନ୍ଦିରକୁ ପୁନର୍ବାର ନୋ ଫ୍ଲାଇଂ ଜୋନ ଘୋଷଣା ପାଇଁ ଭଏସ ଅଫ୍ କମନ୍ ମ୍ୟାନ ସଂଗଠନ ଦାବି କରିଛି ।