କଳିଙ୍ଗା ଘାଟି ଭୁସ୍କଳନ ସ୍ଥଳରେ ପୁଣି ଧୋଇହେଇଗଲା ୨୫ଫୁଟ ସିମେଣ୍ଟ କଂକ୍ରିଟ ରାସ୍ତା

ଭଞ୍ଜନଗର ୧୨/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ – କନ୍ଧମାଳ କଳିଙ୍ଗା ଘାଟି ଭୁସ୍ଖଳନ ଘଟି ରାସ୍ତା ଧୋଇ ହୋଇଯିବା ଘଟଣାକୁ ଆଜି ୨୮ଦିନ ବିତିଗଲା। ରାସ୍ତା ନିର୍ମାଣ ଚାଲିଛି ବର୍ଷା ତୁହାକୁ ତୁହା ହେଉଥିବା ବେଳେ ଦୁଇ ଦୁଇ ଥର ସେଇ ଗୋଟିଏ ସ୍ଥାନରେ ଭୁସ୍ଖଳନ ଘଟିଥିବା ବେଳେ କାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ବର୍ଷା କୁ ପ୍ରଖର ଜଳସ୍ରୋତ ପାହାଡ଼ରୁ ଖସିବା ଯୋଗୁଁ ରାସ୍ତା କାର୍ଯ୍ୟରେ ବାରମ୍ବାର ବ୍ୟାଘାତ ଘଟୁଥିବା ବେଳେ ଗତକାଲି ରାସ୍ତାକର୍ଯ୍ୟ ସମାପ୍ତ ହେବାକୁ ଥିବା ବେଳେ ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ପ୍ରଖର ଜଳ ସ୍ରୋତରେ ନବନିର୍ମିତ ୨୫ଫୁଟ ସିମେଣ୍ଟ କଂକ୍ରିଟ ରାସ୍ତା ଧୋଇ ହୋଇଯାଇଛି।ଆଜି ପୁଣି ସେଇ ୨୫ଫୁଟ ରାସ୍ତା ଜେସିବି ସାହାଯ୍ୟରେ ବାହାର କରି ପୁନର୍ବାର ଏକ ଫୁଟ ସିମେଣ୍ଟ କଂକ୍ରିଟ ଢ଼ଳେଇ କରାଯାଇଛି। ଏହାପରେ ଦୁଇଦିନ ଶୁଖିବା ପାଇଁ ଛାଡି ଦିଆଯିବ। ତାପରେ ପାହାଡ଼ ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ବଡ ବଡ ପଥର ଗୁଡିକ ବ୍ଳାଷ୍ଟିଂ କରାଯାଇ ତଳକୁ ଖସାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଦ୍ଵୀପାବଳୀ ରେ କଳିଙ୍ଗା ଘାଟି ରାସ୍ତାରେ ସ୍ୱାଭାବିକ ଭାବେ ଗାଡିମୋଟର ଯାତାୟତ କରିବା ନେଇ ସମ୍ଭାବନା ରହିଛି। କଳିଙ୍ଗା ଘାଟି ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ଗଞ୍ଜମ କନ୍ଧମାଳ ଜିଲ୍ଲା ସୀମା ଦୁର୍ଗାପ୍ରସାଦ ଏବଂ କଳିଙ୍ଗା ର ଶହ ଶହ ବ୍ୟବସାୟୀ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ବେଳେ ହୋଟେଲ ଢ଼ାବା ରେ ରହି କାମ କରୁଥିବା କାରିଗର ହେଲପର ମନେ ରୋଜଗାର ହରେଇ ପରିବାର ପ୍ରତିପୋଷଣ ପାଇଁ ଦାଦନ ମୁଁହା ହେଲେଣି। କିଛି ବ୍ୟବସାୟୀ ମଧ୍ୟ ନିଜ ବ୍ୟବସାୟ ବନ୍ଦ ହୋଇଯିବା ପରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେଣି। ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି।