ଭଞ୍ଜନଗର ବ୍ଳକରେ ଅନ୍ତଦୋୟ କାର୍ଯ୍ୟାଦେଶ ଓ ରାସନ କାର୍ଡ ବଣ୍ଟନ

ଭଞ୍ଜନଗର,: ୧୭/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଳକ ପରିସରରେ ଆଜି ଭତ୍ତା ଓ ରାସନକାର୍ଡ ସହ ଅର୍ନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ତୃଣମୂଳ ସ୍ତରରେ ଥିବା ଲୋକଙ୍କ ସୁବିଧା ନିମନ୍ତେ ସରକାର ବହୁ ବିଧି କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସରକାରୀ ଯୋଜନାରେ ବଞ୍ଚିତ ଥିବା ଲୋକଙ୍କୁ କିଭଳି ସରକାରୀ ଆବାସ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାର ଲାଭ ପାଇ ପାରିବେ ସରକାର ଆସିବା ପର ଠାରୁ ନିରନ୍ତର ପ୍ରୟାଶ ଜାରି ରହିଥିବା ବେଳେ ଆଗାମୀ ଦିନରେ ଏହି ଧାରା ବଜାୟ ରହିବ ବୋଲି କହିଥିଲେ। ଏଥିରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ବିଡିଓ ଭାରତୀ ଦେବୀ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ଜଗନ୍ନାଥପ୍ରସାଦ ବ୍ଳକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର,ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଭଞ୍ଜନଗର ବ୍ଳକର ବିଭିନ୍ନ ପଞ୍ଚାୟତର ୮୦୦ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିଲା। ଏଥିସହ ୧୬୩ ଜଣ ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ସହ ୬୧ ଜଣଙ୍କୁ ଭତ୍ତା କାର୍ଡ ପ୍ରଦାନ କରିଥିଲେ। ଏହି ଅବସରରେ ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ସନ୍ତୋଷ ତିଆଡି,ଧୋବା ଗୌଡଙ୍କ ସମେତ ସରପଞ୍ଚ ସମିତିିସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।