ସୋରଡା: ପୋଖରୀରେ ରେ ବୁଡି ବୃଦ୍ଧ ମୃତ

ସୋରଡା ୧୭/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୁଣ୍ଡିବିରା ଗ୍ରାମର ବନ୍ଧ ରେ ବୁଡି ବୃଦ୍ଧ ମୃତ। ମୃତକ ଜଣକ ହେଲେ ଗୁଣ୍ଡିବିରା ଗ୍ରାମର କାଳିଆ ଗୌଡ଼ ବୟସ ୭୦ । ସୂଚନା ମୁତାବକ ଆଜି ଖରାବେଳ ସମୟରେ କାଳିଆ ଗାଧେଇବା ପାଇଁ ନିଜ ଗ୍ରାମରେ ଥିବା ବନ୍ଧକୁ ଗାଧେଇବାକୁ ଯାଇଥିଲେ । କାଳିଆ ଘରକୁ ଫେରି ନଥିବା ଦେଖି ଘର ଲୋକ ବହୁ ଖୋଜା ଖୋଜି କରିଥିଲେ ଶେଷରେ କାଳିଆ ଙ୍କ ମୃତ ଅବସ୍ଥାରେ ବନ୍ଧରେ ଭାସୁଥିବା ଦେଖି ଘରଲୋକ୍ ସୋରଡା ଥାନା ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ କାଳିଆ ଗୌଡ଼ କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ କାଳିଆ କୁ ଡାକ୍ତର ମୃତ ଘୋଷଣା କରିଥିଲେ ।