
ଭଞ୍ଜନଗର ୧୯/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦୀପାବଳି ପାଇଁ ଭଞ୍ଜନଗର ସହର ଚଳଚଞ୍ଚଳ ହୋଇଥିବାବେଳେ ସହରର ଜେଲ ପଡିଆରେ ବିକ୍ରି ଆରମ୍ଭ ହୋଇଛି ସବୁଜ ବାଣ । ଗତ କାଲି ଠାରୁ ଖୋଲିଯାଇଛି ବାଣ ବଜାର । ଲୋକମାନେ ଏବେଠୁ ବାଣ କିଣା ଆରମ୍ଭ କରିଦେଇଛନ୍ତି । ଗୋଟିଏ ସ୍ଥାନରେ ସବୁ ପ୍ରକାର ବାଣ ମିଳୁଥିବାରୁ ଜେଲ ପଡିଆରେ ଲୋକଙ୍କ ଗହଳି ଲାଗି ରହିଥିବା ବେଳେ ଅଦିନିଆ ବର୍ଷା ଏହି ବାଣ ବେପାର କୁ ଫିକା କରି ଦେଇଛି ।ଏଠାରେ ଛୋଟ ପିଲାଙ୍କ ପାଇଁ ଡ୍ରୋନ୍, କାର, ବସ୍, ପିକ୍ଅପ୍, ହେଲିକପ୍ଟର,କୁଲର, ମିସାଇଲ, କୋନ୍ ବାଣ, ଗିଟାର ବାଣ ଭଳି ଖେଳଣା ବାଣର ଚାହିଦା ଅଧିକ ରହିଛି । ସେହିଭଳି ମିଡ୍ ନାଇଟ, ଏଏଲ୍ ଅନଆର ବିକ୍ରି ହେଉଛି। ୨୫୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ପିଲାମାନଙ୍କର ଫେନ୍ସି ବାଣ ରହିଛି। ସେହିପରି ଛୋଟ ପିଲାଙ୍କୁ ଗୁରୁତ୍ବ ଦେଇ ଝରାବତୀ, କେରାଣ୍ଡି, ଅନୁଆର, ରଙ୍ଗିନ କୁମ୍ପି, ଡିଲକ୍ସ କ୍ରାକର, ଲାୟନ ଜିଙ୍ଗ, ଡ୍ରୋନ୍ ଜମ୍ପର, ରସୁଣ ବାଣ, ଆଇଟମ ଚକ୍ର, ଫୁଲଝରି, ଆକାଶ ଛତା, ହାବେଳି, ସ୍କାଏ ମଟ୍, ଗଙ୍ଗା ଯମୁନା ବମ୍, ବନ୍ଧୁକ, ରୋଲ କ୍ୟାପ, ମ୍ୟୁଜିକାଲ୍ ରୋଲ୍, ବଟର ଫ୍ଲାଏ, ଚକଲେଟ୍ ବମ୍, ବକ୍ସ ବମ୍, ଲଙ୍କା ବମ୍, ରକେଟ୍ ଭଳି ବାଣର ଅଧିକ ଚାହିଦା ରହିଛି । ଏସବୁ ଭିତରେ ବେଆଇନ ବାଣବିକ୍ରି ଉପରେ ପୁଲିସର ଚଢ଼ଉ ମଧ୍ୟ ଜାରି ରହିଛି। ଏସବୁ ଭିତରେ ବେଆଇନ ବାଣବିକ୍ରି ଉପରେ ପୁଲିସର ଚଢ଼ଉ ମଧ୍ୟ ଜାରି ରହିଛି।
ଅଦିନିଆ ବର୍ଷା ଓ ଲଘୁଚାପ କାରଣରୁ ଏଥର ବାଣ ବେପାର ମାନ୍ଦା ରହିଥିବା ବେପାରୀ ମାନେ କହିଛନ୍ତି । ରବିବାର ଖରା ବେଳୁ ଅଦିନିଆ ବର୍ଷା ଆସି ବାଣ ବେପାରକୁ ମାନ୍ଦା କରିଦେଇଛି । ବର୍ଷା କାରଣରୁ ଗ୍ରାହକ ମାନେ ମଧ୍ୟ ବାଣ କିଣିବାକୁ ଆସିବା କମେଇ ଦେଇଛନ୍ତି । ତେବେ ସୋମବାର ଯଦି ପାଗ ପ୍ରତିକୂଳ ରହେ ଏବଂ ବର୍ଷା ଲାଗି ରହେ, ଏବର୍ଷ ବେପାର ରେ କ୍ଷତି ସହିବେ ବାଣ ବେପାରୀ ।