ଜଗନ୍ନାଥପ୍ରସାଦ: ସାଂସଦ ଖେଳ ମହୋତ୍ସବ ଉଦଯାପିତ

ଜଗନ୍ନାଥପ୍ରସାଦ- ୨୮/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ ରେ ଗତ ୨୫ ତାରିଖଠାରୁ ଆରମ୍ଭ ହୋଇଥିବା ସାଂସଦ ଖେଳ ମହୋତ୍ସବ ଉଦଯାପିତ ହୋଇଯାଇଛି । ଜାମଗୋରଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ଖେଳ ପଡିଆ ରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭ ଉଦ୍ଘାଟନ କରିଥିଲେ । ତୃଣମୂଳ ସ୍ତରରେ କ୍ରୀଡ଼ାବିତ ମାନଙ୍କୁ ଉସ୍ଥହିତ କରିବା ଓ ପ୍ରତିଭା କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଗୁରୁବାର ଦିନ ଏହି କାର୍ଯ୍ୟକ୍ରମ ମଙ୍ଗରାଜପୁର କାଦୁଆ ଖେଳ ପଡିଆ ଠାରେ ଏହା ଉଦଯାପିତ ହୋଇଯାଇଛି । ଉଦଯାପନି ଉସ୍ଥବ ରେ ବ୍ଲକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର, ବିଡ଼ିଓ ମନ୍ମଥ ମଲ୍ଲିକ, ତହସିଲଦାର ଅଶୋକ କୁମାର ମୁଦୁଲି, ବିଇଓ କଲ୍ୟାଣୀ ପାଢ଼ୀ, ବସନ୍ତ ସାହୁ, ନାରାୟଣ ସାହୁ, ମଥୁରାମ ନାୟକ, ଦୀପକ ସାହୁ, ସଞ୍ଜୟ କୁମାର ପ୍ରଧାନ, ରାମକୃଷ୍ଣ ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ବ୍ଲକ କ୍ରୀଡ଼ା ସଂପାଦକ ବିଭୁତି ଭୂଷଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱରା ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା । ଶାରୀରିକ ବିଭାଗ ଶିକ୍ଷକ ମାନେ ବହୁସଂଖ୍ୟାରେ ଯୋଗ ଦେଇ ସହଯୋଗ କରିଥିଲେ ।