
ଭଞ୍ଜନଗର ୧୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ):-ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ତରଫରୁ ଜଗନ୍ନାଥପ୍ରସାଦ ବ୍ଲକ ବିଜୁ ପଟ୍ଟନାୟକ ହାଇସ୍କୁଲ, ତlରସିଙ୍ଗି ଠାରେ ବ୍ଲକ ସଭାପତି ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଶିଶୁଉତ୍ସବ ପାଳିତ ହୋଇଯାଇଛି l ଏଥିରେ ଅତିଥିଭାବେ ନୀଳାଞ୍ଚଳ ଖିଲାର, ଉପାଧ୍ୟକ୍ଷ, ମହେନ୍ଦ୍ର କୁମାର ପଣ୍ଡା, ସାଂସଦ ପ୍ରତିନିଧି ସନ୍ତୋଷ ଜେନା, ଜିଲ୍ଳା ସଭାପତି, ଜଗବନ୍ଧୁ ଜେନା, ମୁଖ୍ୟ ଉପଦେଷ୍ଟା, ଆଲୋଷ୍ଟ l, ସୁବାସ ଚନ୍ଦ୍ର ତାରିଣୀ, ପ୍ରଶାନ୍ତ କୁମାର ସାହୁ, ଚିନ୍ତାମଣି ବିଷୋୟୀ, ବାଳକୃଷ୍ଣ ପାତ୍ର,ପିତାମ୍ବର ପାଢ଼ୀ, ଜିଲ୍ଳା ଯୁଗ୍ମ ସମ୍ପାଦକ ଯୋଗ ଦେଇ ଓଷ୍ଟl ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିଥିଲେ l ସମ୍ପାଦକ ପିତାମ୍ବର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦ୍ୱାରା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା l ଏଥିରେ ପନ୍ଦରଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଚାରକ ଭାବେ କୋଡିଏ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ତିନିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଶେଷରେ ପ୍ରଧାନଶିକ୍ଷକ ଶିବରାମ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ l