
ବେଲଗୁଣ୍ଠା ୨୮/୧୨ (ବିନାୟକ ଗୌଡ଼ , ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ମିଡ଼ିଆ କ୍ଲବର ଏକ ସାଙ୍ଗଠନିକ ବୈଠକ ,ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସ୍ଥାନୀୟ କିରାପଲ୍ଲୀ ନିକଟ ମା ବାଳ କୁମାରସୁଣିଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ସାଙ୍ଗଠନିକ ବୈଠକ ପୂର୍ବରୁ ପ୍ରାକୃତିକ ପରିବେଶ ବେଷ୍ଟିତ ମା ବାଳ କୁମାରସୁଣିଙ୍କୁ ପୂଜାର୍ଚ୍ଚନା ପରେ ମାଉଣ୍ଟେଇନ ଭିୟୁ ଟାୱାରରେ କ୍ଲବର ସାଙ୍ଗଠନିକ ବୈଠକ ମୁଖ୍ୟଅତିଥି ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ରୋଟାର କ୍ଲବ ପ୍ରାକ୍ତନ ଉପପ୍ରାନ୍ତପାଳ ତଥା ବିଶିଷ୍ଠ ଗୋଷ୍ଠି ସଙ୍ଗଠକ ରୋଟାରିଆନ ଭି .ଦେବୀ ପ୍ରସାଦ ପାତ୍ର , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କ୍ଲବ ଉପଦେଷ୍ଟା ମାଗୁଣି ମିଶ୍ର , ଭଞ୍ଜନଗର ଅଞ୍ଚଳର ଯୁବ ସଙ୍ଗଠକ ସନ୍ତୋଷ କୁମାର ଜେନା ଓ ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ କ୍ଲବର ସାଙ୍ଗଠନିକ ଦୃଢ଼ତା ଓ ଉନ୍ନତି ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ଏତଦବ୍ୟତୀତ ସାମ୍ପ୍ରତିକ ସମାଜରେ ସାମ୍ବାଦିକତା ଓ ଏହାର ସାମାଜିକ ଉତ୍ତର ଦାୟିତ୍ୱ ନେଇ ଅତିଥି ମାନେ ନିଜ ନିଜ ମତ ପୋଷଣ କରିଥିଲେ । ପରେ କ୍ଲବର ସୁପରିଚାଳନା ପାଇଁ ନୂତନ କର୍ମକର୍ତ୍ତା ମନୋନୟନ ସର୍ବସମ୍ମତ୍ତି କ୍ରମେ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତ୍ତି କ୍ରମେ ମିଡ଼ିଆ କ୍ଲବର ଉପଦେଷ୍ଟା ଭାବେ ମାଗୁଣି ମିଶ୍ର ପୁନଃ ମନୋନୀତ ହୋଇଥିବା ବେଳେ ନୂତନ ଭାବେ କ୍ଲବର ଆଇନ ଉପଦେଷ୍ଟା ରୂପେ ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ସେହିଁଭଳି କ୍ଲବର ସଭାପତି ଭାବେ ଏଲ.ସତୀଶ ରେଡ୍ଡୀ ପୁନଃ ମନୋନୀତ ହୋଇଥିଲେ । କ୍ଲବର ଉପସଭାପତି ଭାବେ ଯୁବ ସାମ୍ବାଦିକ ସୁନୀଲ କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ସୁଦାମ ତ୍ରିପାଠୀ , ସାଙ୍ଗଠନିକ ସମ୍ପାଦକ ଭାବେ କୁମାର କାର୍ତ୍ତିକେଶ୍ୱର ପ୍ରଧାନ , କୋଷାଧ୍ୟକ୍ଷ ଭାବେ ଧୋବା ବରାଡ଼ ଓ କ୍ଲବର ସଙ୍ଗଠକ ଭାବେ ଗୁଣ୍ଡିଚା ପ୍ରସାଦ ବେହେରା ସର୍ବ ସମ୍ମତ୍ତି କ୍ରମେ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବିନାୟକ ଗୌଡ଼, ଆଶିଷ ଗୌଡ଼, ବାବୁଲି ମହାରଣା, ସରୋଜ ରଞ୍ଜନ ଆଚାର୍ଯ୍ୟ ,ଭୂପତି ଦାଶଙ୍କୁ ମନୋନୀତ କରାଯାଇଥିବା ବେଳେ ସହଯୋଗୀ ସଭ୍ୟ ଭାବେ ରଘୁନାଥ ଗୌଡ଼, ସଞ୍ଜୟ ଗୌଡ଼, ଦେବାଶିଷ ସ୍ୱାଇଁ ,ସାଇ ଆଦିତ୍ୟ ଜେନା,ପନଙ୍ଗ ଭୂଷଣ ନାୟକ, ଆଖଣ୍ଡଳ ମଣି ପାତ୍ର, ବୁଢା ପ୍ରଧାନଙ୍କୁ କ୍ଳବରେ ଗ୍ରହଣ କରାଯାଇଥିବା ଜଣାପଡିଛି ।