
ଭଞ୍ଜନଗର: ୦୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରସରିରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପରିପ୍ରେକ୍ଷିରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ଅଧିକାରୀ ଭାଗୀରଥୀ ନାୟକଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ,ମଟରଯାନ ନିରୀକ୍ଷକ କିଶୋର କୁମାର ଦେ,ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି,ସରୋଜ କାନ୍ତ ବେହେରା,ସୁବଳ ଚନ୍ଦ୍ର ଭୂୟାଁ ସେନା କର୍ମଚାରୀ ସଂଘ ସଭାପତି କ୍ୟପଟେନ ମହେନ୍ଦ୍ର ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହି ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଯାତାୟତ ସଂର୍ପକରେ ବିଭିନ୍ନ ମାର୍ଗ ଦର୍ଶନ କରିଥିଲେ। ଏହାକୁ ବିପଦର ବନ୍ଧୁ ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଛା ସଂଯୋଜନା କରିଥିଲେ। ବେପରୁଆ ଗାଡି ଚାଳନା,ମଦ୍ୟପ ଚାଳକଙ୍କ ଯୋଗୁ ଅକାରଣରେ ଅନେକ ମୂଲ୍ୟବାନ ଜୀବନ ଦୁର୍ଘଟଣାରେ ଚାଲିଯାଉଛି। ତେଣୁ ସଚେତନତାର ବାର୍ତ୍ତା ସିଧାସଳଖ ପହଞ୍ଚାଇବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ପିଲାଙ୍କୁ ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯିବା ସହ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଶପଥ ପାଠ କରାଯାଇଥିଲା। ଏଥିରେ ପରିବହନ କାର୍ଯ୍ୟାଳୟର କର୍ମଚାରୀ,ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହିଥିଲେ।