
ଭଞ୍ଜନଗର ୧୫/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ରେ ଧାନ ମଣ୍ଡି ଖୋଲିବା ପାଇଁ ସ୍ୱୟଂସହାୟକ ଗୋଷ୍ଠୀକୁ ଦାୟିତ୍ୱ ପ୍ରଦାନ କରିବା ପରେ ପଂଚାୟତ ବାସୀ ଏହାକୁ ବିରୋଧ କରିଛନ୍ତି । ପୂର୍ବରୁ ସମବାୟ ସମିତି ଯେଭଳି ଧାନ ଉଠାଉଥିଲା ସେହିଭଳି ଉଠାଉ ବୋଲି ଦାବି କରି ଆଜି କୁଡୁତାଇ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଚାଷୀ ମାନେ ଏକାଠି ହୋଇ ଭଂଜନଗର ଉପଜିଲାପାଳ ଙ୍କ ନିକଟରେ ପଂହଁଚି ଏକ ସ୍ମାରକପତ୍ର ପତ୍ର ପ୍ରଦାନ କରିବା ସହ ଏହି ନିଷତିକୁ ଉଠାଇ ନେବା ପାଇଁ ଦାବି କରିଛନ୍ତି ।ପଞ୍ଚାୟତ ର କିଛି କୁଟିଳ ପ୍ରକୃତିର ଲୋକ ନିଜେ ଧାନମଣ୍ଡି କୁ ହାତେଇ ନେଇ ଚାଷୀଙ୍କୁ ଶୋଷଣ କରିବା ପାଇଁ ମହିଳା ଙ୍କୁ ଢାଲ ସଜାଇ ଏଭଳି ପ୍ରୟାସ ଚଳାଇଥିବା ଅଭିଯୋଗ କରି ବିଡ଼ିଓ ଓ ତହସିଲ ଦାରଙ୍କୁ ମଧ୍ୟ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।