
ଆସିକା :-୨୦/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ର ଆସିକା ପୋଲିସ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଥିବା କୋଟିନଡ଼ା ପୋଲିସ କୁ ବଡ଼ ସଫଳତା ମିଳିଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ପ୍ରଦାନ କରିଛନ୍ତି l ଜିଲ୍ଲା ଆରାକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ୱାରୀ ଚାଲିଥିବା ଅପରାଧୀ ତତ୍ତ୍ଵ ଦମନ ନେଇ ହେଉଥିବା ଧର ପଗଡ଼ ରେ ଆଗକୁ ଆହୁରି ବଡ଼ ବଡ଼ ଅପରାଧୀ ପୋଲିସ ହାତରେ ଲାଗିବେ ବୋଲି ସୂଚନା ମିଳିଛି l ଏହି ଧରପଗଡ଼ ରେ ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ବିଭିନ୍ନ ଥାନା ଇଲାକାରେ ଟିମ ଗଠନ ହୋଇଛି l ସେହି କ୍ରମରେ କୋଟିନଡା ପୋଲିସ ହାତର ୨୨ ଗୋଟି ମୋଟର ସାଇକେଲ ଧରାପଡ଼ିଛି l ବିଶେଷ କରି ଅଂଚଳ ରେ ଅପରାଧୀ ତତ୍ତ୍ଵ କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଅପରାଧୀ ତାଲିକା ପ୍ରସ୍ତୁତ ହୋଇଛି l ମଦ, ବାଲି, ୱାରେଣ୍ଟ ଧରପଗଡ଼, ଚୋରି ଓ ରାହାଜାନକୁ ରୋକିବା ନେଇ ପୋଲିସ ପ୍ରସ୍ତୁତ କରିସାରିଛି l ତଦନୁଯାଇ କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ୱ ରେ ଦୁଇ ଗୋଟି ଟିମ ଗଠନ କରି ବିଭିନ୍ନ ଇଲାକାରୁ କଡା ଯାଞ୍ଚ କରି ୨୨ ନାମି ଦାମୀ ମୋଟର ସାଇକେଲ ଓ ସ୍କୁଟି ଗାଡି ଜବତ କରାଯାଇଛି l ଏହି ଆନ୍ତ୍ରରାଜ୍ୟ ବାଇକ ଚୋର ମାନେ ଆନ୍ଧ୍ର ପ୍ରଦେଶ, ମୟୁରଭଞ୍ଜ, ବାଣପୁର, ବେଗୁନିଆ, ଖୋର୍ଦ୍ଧା, ବେଲଗୁଣ୍ଠା, ବ୍ରହ୍ମପୁର, ପୋଲସରା, ଭଞ୍ଜନଗର, ମୋହନା, ରମ୍ଭା, ଖଲିକୋଟ ଅଂଚଳ ରୁ ଏହି ହାଇ ସ୍ପିଡ଼ ଗାଡି କୁ ଚୋରି କରିଛନ୍ତି l ପୋଲିସ ପେଟ୍ରୋଲିଙ୍ଗ ସମୟରେ ଚାରି ଜଣ ଙ୍କ ମୋଟର ସାଇକେଲ ଦେଖି ସନ୍ଦେହ ଉପୁଜିଥିଲା l ତଦନ୍ତ ବେଳେ ଏଭଳି ବଡ଼ ଧରଣ ର ଡକାୟତ ଧରା ପଡିଛି l
ଏନେଇ କୋଟିନଡ଼ା ଥାନା କେସ ନମ୍ବର ୧୮/୨୬ ପ୍ରକାର ରେ ରୁଜୁ କରାଯାଇ ଢୁଙ୍କୁଣୀ ଗ୍ରାମର ଏ ସିଧୁ, ଦାସ ଅଜୟ, ଏ. ରାମ, ଏବଂ ନାରାୟଣପୁର ର ନରସିମା ଦାସ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ଥାନା ଅଧିକାରୀ ଦାମୋଦର ବିହାରୀ, ଏସ ଆଇ ସତ୍ୟବ୍ରତ ସାହୁ, ଦିଲ୍ଲୀପ କୁମାର ଶତପଥି ସମେତ ପୁରା ପୋଲିସ ଟିମ ସହଯୋଗ କରିଥିଲେ l