
ନୂଆପଡା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ନୂଆପଡା ଜିଲ୍ଳା ବୋଡେନ ହାଇସ୍କୁଲ ଖେଳ ପଡିଆ ଠାରେ ପାତାଳଗଙ୍ଗା ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ବୋଡେନ ବସ୍ତି ପରିକ୍ରମା ବେଳେ ଝୋଟି,ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସକାଳ ରେ ମାଁ ଦ୍ଵାରଶନି ପିଠି ରୁ ବାହାରି,ରାମକାଠୀ,ଘୁମୁରା,ସମପର୍ଦା ,କିର୍ତ୍ତନ ଆଦି ମଶାଲ ଶୋଭାଯାତ୍ରା ହାଇସ୍କୁଲ ପଡିଆରେ ପହଞ୍ଚି ଥିଲେ । ସନ୍ଧ୍ଯା କାର୍ଯ୍ୟକ୍ରମରେ ମା ଦ୍ବାରଶନୀ ପୂଜାର୍ଚନା ଝାଙ୍କର ମୋହନ ସିଂ ମାଝୀ କରିଥିଲେ। ଆୟୋଜକ କମିଟି ସଭାପତି ଲମ୍ବୋଦର ନିଆଲ ସଭାପତିତ୍ବରେ ନୂଆପଡା ବିଧାୟକ ଜୟ ଢୋଲକିୟା ମୁଖ୍ଯ ଅତିଥି, ଡିଏଭି କଲେଜ ଟିଟିଲାଗଡ଼ ପୂର୍ବତନ ଅଧ୍ୟକ୍ଷ ଛାୟାକାନ୍ତ ଷଡଙ୍ଗୀ ମୁଖ୍ଯ ବକ୍ତା, ନୂଆପଡା ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ଖଡିଆଳ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ବ୍ଲକ ଅଧ୍ୟକ୍ଷା ପ୍ରେମଶିଳା ନାଗ, ଜିଲ୍ଲା ପରିଷଦ ଜୋନ ନଂ ୧୧ ସ୍କୃତି ସିଂ ମାଝୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଉମାକାନ୍ତ ବେହେରା ଓ ମୁକେଶ ଦଣ୍ଡସେନା ସ୍ବାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ । ସାସ୍କୃତିକ କାର୍ଯ୍ଯକ୍ରମ ସ୍ବରଝଙ୍କାର ଓଡିଶୀ,ଅମଲ ତା ଡେନ୍ସ ଗ୍ରୁପ ନୂଆପଡା, ସୈାରଭ ବଘେଲ ଡେନ୍ସ ଗ୍ରୁପ ଡୁଆଝର,ପନଥୀ ଖଡିଆଳ, ସ୍ବରଝଙ୍କାର ଫୋକ୍ ଡେନ୍ସ ଖଡିଆଳ,ରମେଶ ଗୁର୍ତ୍ତା ପଦ୍ମପୁର ,ଗ୍ଯାନଦେୟ କେରାପଦର ଆଦି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ମିନା ବଜାର ସହ ଅନେ ଷ୍ଟଲ ଲାଗି ରହିଛି । ଆୟୋଜକ କମିଟି ଯୋଗେନ୍ଦ୍ର ନାଥ ମାଝୀ, ସମ୍ପାଦକ ଗରୁଡଧ୍ଵଜ ଦଣ୍ଡସେନା, ସହ ସମ୍ପାଦକ ରାଜୁ ହେର୍ଣ୍ଣା , କୋଷାଧ୍ୟକ୍ଷ ରୋହିତ ଦଣ୍ଡସେନା, ସଂଯୋଜକ ଫାରୁକ ମହମ୍ମଦ, ସହ ସଂଯୋଜକ ବୈଷ୍ଣବ ଦୁରିଆ , କମିଟି ସଦସ୍ୟ ଲୋକନାଥ ଛତ୍ରିଆ, ଡମବୁଢା ଗୁଆଲ, ସୈଦାଗର ସାହୁ, ବେଣୁଧର ଜଗତ,ଜ୍ୟୋତି ରାଜ ଦଣ୍ଡସେନା, ହୃଷିକେଶ ବିଶ୍ୱାଳ, ଭତର ବୈଠାରୁ, ନିତେଶ ମାଝୀ ଅନ୍ୟ ମାନେ ସହଯୋଗ ପରିଚାଳନା କରିଥିଲେ ।