ତନରଡ଼ା ଅଷ୍ଟମ ଆଈଆରବିଏନ ବାଟାଲିୟନ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭଞ୍ଜନଗର ୨୬/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ତନରଡା ଅଷ୍ଟମ ସ୍ୱତନ୍ତ୍ର ଭାରତ ସଂରକ୍ଷିତ ବାହିନୀ ତରଫରୁ ମହା ଆଡ଼ମ୍ବର ରେ ୭୭ ତମ ସାଧାରଣତନ୍ତ୍ର ଦିବସ ଦୁର୍ଗ ମୁଖ୍ୟାଳୟ ପ୍ୟାରେଡ ପଡିଆ ରେ ପାଳନ କରାଯାଇଛି ।
ମୁଖ୍ୟ ଅତିଥି ଅଷ୍ଟମ ସ୍ୱତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଦୁର୍ଗପତି ସୁଧାକର ମିଶ୍ର ଜାତୀୟ ପତକା ଉତ୍ତୋଳନ କରିବା ସହ ମଞ୍ଚ ରେ ଉଦବୋଧନ ଦେଇଥିଲେ । ଏହା ସହ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ର ବିଭିନ୍ନ ସ୍କୁଲ କଲେଜ ଏବଂ ଅଷ୍ଟମ ଆଈଆରବିଏନ ମିଶ୍ରିତ ଭାବେ ୧୨ ଗୋଟି ଦଳ ପ୍ୟାରେଡରେ ଭାଗ ନେଇଥିଲେ ।
ସହକାରୀ ଦୁର୍ଗପତି ମନୋରଞ୍ଜନ ତରାଇ ପ୍ୟାରେଡ କମାଣ୍ଡର ଦାୟିତ୍ୱ ନିର୍ବାହ କରିବା ସହ ନିରୀକ୍ଷକ ଅମ୍ରିତ କୁମାର ଏକ୍କା ପ୍ୟାରେଡ କୁ ସହଯୋଗ କରିଥିଲେ । ପରିଶେଷରେ ବିଭିନ୍ନ ସ୍କୁଲ ଆସିଥିବା ୫ ଗୋଟି ଦଳ ନିଜ ନିଜର ଦେଶାତ୍ମକ ନୃତ୍ୟ ପରିବେଷଣ କରି ସମସ୍ତ ଙ୍କ ମନ ମୋହି ପୁରସ୍କୃତ ମଧ୍ୟ ହୋଇଥିଲେ । ଉନ୍ନତ ପ୍ୟାରେଡ ପ୍ରଦର୍ଶନ କରିଥିବା ଦଳ ଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ଆଜିର ଏହି ମହାନ ଦିବସ ରେ ଅଷ୍ଟମ ଆଈଆରବିଏନ ବାଟାଲିୟନର ସମସ୍ତ ଅଫିସର, ହାବିଲଦାର, ଯବାନ, ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମିଶ୍ରିତ ଭାବେ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଏହି ଅବସରରେ ବହୁ ଅବସର ପ୍ରାପ୍ତ ସେନା କର୍ମଚାରୀ, ସ୍ଵେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।