ଘୁମୁସରର ପ୍ରଖ୍ୟାତ ଶିଳ୍ପୀ ଯୋଗୀ ମହାରଣାଙ୍କ ସାଧନା ପିଠକୁ ପର୍ଯ୍ୟଟନ ସ୍ଥଳ ମାନ୍ଯତା ଦାବୀ

ବୁଗୁଡ଼ା: ୨୬/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦରର ଐତିହାସିକ ଯୋଗୀ ଗୁମ୍ଫା ପରିସରରେ ଭଞ୍ଜନଗର ଘୁମୁସର ବିକାଶ ପରିଷଦ ପକ୍ଷରୁ ସଭାପତି ବରିଷ୍ଠ ଅଧିବକ୍ତା ସୋମନାଥ ନାୟକଙ୍କ ପୌରହିତ୍ଯରେ ଏକ ସଭା ଆୟୋଜିତ ହୋଇ ଯାଇଛି।ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଘୁମୁସର ମହୋତ୍ସବ ସମ୍ପର୍କରେ ଆଲୋଚନା ହେବା ସହ ପ୍ରଖ୍ୟାତ ଶିଳ୍ପୀ ଯୋଗୀ ମହାରଣାଙ୍କ ସାଧନା ପିଠକୁ ସରକାରୀ ପର୍ଯ୍ୟଟନର ମାନ୍ଯତା ପ୍ରଦାନ କରିବା ସହ ବିରଳ କୃଷ୍ଣସାର ମ୍ରୁଗର ମାନଙ୍କ ସୁରକ୍ଷା ସହିତ ଏଠାରେ ଏକ ଟାୱାର ନିର୍ମାଣ କରିବା ପାଇଁ ଦାବି କରାଯାଇ ଥିଲା। ଏହି ବୈଠକରେ ବିକାଶ ପରିଷଦର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ମଞ୍ଚ ବାଲିପଦର ପକ୍ଷରୁ ଇଂ.ବିପ୍ର ଚରଣ ପାତ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, “ଘୁମୁସର ର ସ୍ବର”ର ସଭାପତି ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର,ବାଲିପଦର ସରପଞ୍ଚ ପ୍ରତିନିଧି କୈଳାସ ଚନ୍ଦ୍ର ପ୍ରଧାନ, ସମାଜସେବୀ ଖଲି ପରିଡ଼ା,ମହାରଣା କୁଳ ସମ୍ପାଦକ ରାଜେନ୍ଦ୍ର ମହାରଣା, ରବିନାରାୟଣ ସାମନ୍ତ, ପି. କ୍ରିଷ୍ଣା ରାଓ ଦୋରା, ମଙ୍ଗୁଳି ପାତ୍ର, ନରସିଂହ ପାତ୍ର ପ୍ରମୁଖ ଯୋଗଦେଇ ଯୋଗୀଗୁମ୍ପା ଠାରେ ୧୭୫୩ ମସିହାରେ ଉପନିବେଶବାଦ ବିରୁଦ୍ଧରେ ଫରାସୀ ମାନଙ୍କ ସହ ଘୁମୁସର ପାଇକ ମାନଙ୍କ ସଂଘର୍ଷର କାହାଣୀ ବର୍ଣ୍ଣନା କରିଥିଲେ। ଶେଷରେ ସୋମନାଥ ନାୟକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଘୁମୁସର ମହୋତ୍ସବକୁ ସଫଳ କରିବା ପାଇଁ ନିବେଦନ କରିଥିଲେ।