
ଭଞ୍ଜନଗର ୨୬/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଭଞ୍ଜନଗରସ୍ଥିତ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ଜାତୀୟପତାକା ଉତ୍ତୋଳନ କରିଥିଲେ l ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶପ୍ରେମୀ ନିଜ ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ, ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ ରହିଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଗରୀମାରେ ଗରୀୟାନ ତଥା ଓଡ଼ିଶାର ଏକ ପ୍ରମୁଖ ଭୂଖଣ୍ଡ ଭାବେ ଭଞ୍ଜନଗର ଯାହାକି ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି।
ଘୁମୁସର ଉପଖଣ୍ଡରେ କୃଷି,ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷକର ବିକାଶ, ଭିତ୍ତି ଭୂମି ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ତାଙ୍କ ଭାଷଣ ରେ କହିଥିଲେ। ଏହାପରେ ଉପଖଣ୍ଡ ସ୍ତରରେ ବିଭିନ୍ନ ପତିଯୋଗିତରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ରାଜ୍ୟ ସରକାରଙ୍କ ନେଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ । ଶିକ୍ଷା, ନିଯୁକ୍ତି , ଦାରିଦ୍ର ଦୂରୀକରଣ, ମହିଳା ମାନଙ୍କୁ ସ୍ୱାବଲମ୍ବୀ କାରିବାପାଇଁ ମିଶନ ଶକ୍ତି ମାଧ୍ୟମ ରେ ରାଜ୍ୟ ସରକାରଙ୍କ ତ୍ୱରାନ୍ୱିତ ପଦକ୍ଷେପ, ସୁଭଦ୍ରା ଯୋଜନା କୁ ଦୋହରାଇଥିଲେ। ଚାଷୀ ମାନଙ୍କ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଦୋହରାଇଥିଲେ। ଦେଶ ଆଜି କୃଷି, ଶିଳ୍ପ, ବିଜ୍ଞାନ, ଭିତିଭୂମି, ଗବେଷଣା, ପ୍ରତିରକ୍ଷା, ପ୍ରଯୁକ୍ତିଵିଜ୍ଞାନ ପ୍ରତିଟି କ୍ଷେତ୍ର ରେ ଯେପରି ଆତ୍ମନିର୍ଭରଶିଳ ହେଲାଣି ବିଶ୍ୱ କ୍ଷେତ୍ରରେ ପ୍ରଗତିଶୀଳ ରାଷ୍ଟ୍ର ଭାବେ ମାନ୍ୟତା ଲାଭ କରିବା ସହ ଆଗାମୀ ୨୦୨୮ ମସିହା ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନିତିରେ ପରିଣତ ହେବା ପାଇଁ ଲକ୍ଷ ରଖିଥିବା ପ୍ରକାଶ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର,ଛାତ୍ରୀ ଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନନୀୟ ଅତିଥିଭାବେ ଏହି ଉତ୍ସବରେ ଅତରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼ଃ ଦୀପକ କୁମାର ମିଶ୍ର, ଭଞ୍ଜନଗର ଵି ଡି ଓ ଭାରତୀ ଦେବୀ, ଡେପୁଟି କଲେକ୍ଟର ପ୍ରାଧାନ ଟୁଲିଆମା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମାହାର , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ସୂଚନା ଓ଼ ଲୋକ ସମ୍ପର୍କ ବିଭାଗ ର ସମସ୍ତ କର୍ମଚାରୀ ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ପ୍ରାତଃ ୫. ୩୦ ଘଣ୍ଟ ସମୟରେ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୁନ ପରିକ୍ରମା ହୋଇଥିଲା । ସ୍ଥାନୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ ସହ, ଚିଦାନନ୍ଦ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ, ବ୍ରେଡ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ଏବଂ ତନରଡ଼ା ସ୍ଥିତ ଜରାଶ୍ରମ ରେ ମଧ୍ୟ ଅନ୍ତେବାସିଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ପରିଶେଷରେ ,ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ସଂଯୋଜନା କରିଵା ସହ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l