ଅବସରର ୨୦ବର୍ଷ ପରେ ବି ମିଳିନି ପେନ୍ସନ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସଦର ୧ନଂ ୱାର୍ଡର ବିଭୁସିନି ସିଂହ ଅବସରଗ୍ରହଣ କରିବାର ୨୦ ବର୍ଷ ବିତିଯାଇଥିଲେ ବି ପେନସନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମତୀ ସିଂହ ଖଡ଼ିଆଳ ବାଳିକା ଉଚ୍ଚବିଦ୍ୟାଳୟରୁ ୨୦୦୬ ମସିହାରେ ଅବସର ଗ୍ରହଣ କରିଥିଲେ। ଡିସେମ୍ବର ୨୦୨୫ ସୁଦ୍ଧା ଉକ୍ତ କେଶର ନିଷ୍ପତ୍ତି ନେବାକୁ ନୂଆପଡା ଜିଲ୍ଲା ଶିକ୍ଷାଧୀକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ହୋଇଥିଲା। ଏଥିସହ ସେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକାଷ୍ଠରେ ଦୁଇଥର ଅଭିଯୋଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ମାଧ୍ୟମରେ ଅଭିଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଇନାହାନ୍ତି। ୭୭ବର୍ଷ ବୟସରେ ଉପନୀତ ଶ୍ରୀମତୀ ସିଂହ ପେନସନ ରାଶି ପାଇବା ପାଇଁ ବାରମ୍ବାର ଅଭିଯୋଗ କରି ନିରାଶ ହୋଇପଡିଛନ୍ତି। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ନୂଆପଡା ଜିଲ୍ଲା ଶିକ୍ଷା ବିଭାଗ ଏଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ପେନସନ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।