
ବୁଗୁଡ଼ା,୦୫/୦୨(ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୌଡ଼ିଆବୋରଦା ଗ୍ରାମ ନିକଟ ଏକ ଆମ୍ବ ତୋଟାରୁ ଗୋଟିଏ ଝୁଲନ୍ତା ଗଳିତ ମୃତଦେହ ଉଧାର ହୋଇଛି l ମୃତ ଯୁବକ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ ଗ୍ରାମର ଶ୍ରୀକାନ୍ତ କୁମାର ସ୍ବାଇଁ ହୋଇଥିବା ଜଣାପଡିଛି l ତେବେ ଶ୍ରୀକାନ୍ତ ପିଲାବେଳୁ ଗୌଡିଆବୋରଦା ମାମୁଁ ଘରେ ରହୁଥିବା ବେଳେ ସେ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇଥିଲେ । ରୋଗକୁ ନେଇ ସେ ମାନସିକ ଚିନ୍ତାରେ ରହିଥିବା ବେଳେ ଗତ ମାସ ୧୬ ତାରିଖରୁ ନିଖୋଜ ଥିଲେ । ଆଜି ସକାଳୁ ଗ୍ରାମର କିଛି ଲୋକ ଆମ୍ବ ତୋଟାକୁ ଯାଇଥିବା ସମୟରେ ଦୁର୍ଗନ୍ଧ ଆସିବାରୁ ଖୋଜାଖୋଜି ପରେ ଗଛରେ ମୃତଦେହ ଝୁଲୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ l ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ମାନସିକ ଅବସାଦରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ସନ୍ଦେହ କରୁଥିବା ବେଳେ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଚହ୍ନଟ କରି ତଦନ୍ତ ଚଳାଇଛି l