
ବେଲଗୁଣ୍ଠା ୦୬/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସୁତୁମସର ରୋଡ଼ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୬ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭି.ଦେବୀ ପ୍ରସାଦ ପାତ୍ରଙ୍କ ପୌରହିତ୍ୟରେ ଏବଂ ଶିକ୍ଷକ ତଥା ମଞ୍ଚ କଳାକାର ଅଜିତ କୁମାର ପଣ୍ଡାଙ୍କ ସଂଯୋଜନାରେ ବେଲଗୁଣ୍ଠା ବଡ଼ଦାଣ୍ଡ ସାଂସ୍କୃତିକ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସୋରଡ଼ା ବିଧାୟକଙ୍କ ପ୍ରତିନିଧି ତଥା ବିଶିଷ୍ଠ ଯୁବ ଗୋଷ୍ଠି ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ପ୍ରକୋଷ୍ଠ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ,ଶାନ୍ତି କୁଞ୍ଜ ହରିଦ୍ୱାରର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଯୋଗ ଦେଇ ଶିକ୍ଷା ସହିତ ବିଦ୍ୟାର ସମନ୍ୱୟ ଆବଶ୍ୟକ ,ଯେ ପର୍ଯ୍ୟନ୍ତ ଶିକ୍ଷା ସହିତ ବିଦ୍ୟାର ସମନ୍ୱୟ ହୋଇ ନାହିଁ ସେ ପର୍ଯ୍ୟନ୍ତ ଉତ୍ତମ ନାଗରିକ ,ଉତ୍ତମ ବ୍ୟକ୍ତିତ୍ୱ ନିର୍ମାଣ ହେବା କଷ୍ଟକର ଅଟେ ବୋଲି କହିଥିଲେ । ବିଦ୍ୟା ହେଉଛି ଜୀବନ ବିଦ୍ୟା । ତେଣୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ସହିତ ବିଦ୍ୟାର ସମନ୍ୱୟ କରିବା ଉଚିତ । ଯାହାକୁ ବର୍ତ୍ତମାନ କେନ୍ଦ୍ର ସରକାର ଶିକ୍ଷା ନୀତି ୨୦୨୦ ମାଧ୍ୟମରେ ଲାଗୁ କରିଛନ୍ତି ବୋଲି ମୁଖ୍ୟ ବକ୍ତା ଶ୍ରୀମହାପତ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ଭାବେ ବେଲଗୁଣ୍ଠା ବ୍ଲକ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଠ ଆଇନଜୀବୀ ତଥା ଶିକ୍ଷା କେନ୍ଦ୍ର ଉପଦେଷ୍ଠା ବିପିନ ବିହାରୀ ସାହୁ, ଉପଦେଷ୍ଠା ରବୀନ୍ଦ୍ର ନାଥ ଚୌଧୁରୀ, ବେଲଗୁଣ୍ଠା ପୋଲିସ ଥାନାର ସବ ଇନ୍ସପେକ୍ଟର ବିଶ୍ୱ ରଞ୍ଜନ ନାୟକ, ବେଲଗୁଣ୍ଠା ଏନଏସି ସାଂସଦ ପ୍ରତିନିଧି ନାରାୟଣ ସାହୁ, ରୋଟାରିଆନ ତଥା କାଉନସିଲର ଦିବ୍ୟ ରଞ୍ଜନ ଦାଶ ,ସିଆରସିସି ରମେଶ କୁମାର ପାଣିଗ୍ରାହୀ, ପୂର୍ବତନ କାଉନସିଲର ଜିତେନ୍ଦ୍ର ସୁବୁଦ୍ଧି,ଶିକ୍ଷା କେନ୍ଦ୍ର ସମ୍ପାଦକ ବୁଲୁ ଦାଶ,ଶିକ୍ଷା କେନ୍ଦ୍ର ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣୀକୁ ଶିକ୍ଷା କେନ୍ଦ୍ର ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ଦାଶ ପଠନ କରିଥିଲେ । ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା ଓ ଅନ୍ୟାନ୍ୟ ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ସିଲଡ଼ ପ୍ରଦାନ କରି ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ଶିକ୍ଷକ ନାରାୟଣ ସ୍ୱାର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷା କେନ୍ଦ୍ରର କୁନି କୁନି କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷା କେନ୍ଦ୍ର ଉପାଧ୍ୟକ୍ଷ ମିଲୁ ଗୌଡ଼ ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।