
ଜଗନ୍ନାଥ ପ୍ରସାଦ ୦୬/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବି, ଡି, ପୁର ଗ୍ରାମର ଚନ୍ଦ୍ର ଶେଖର ଆଂଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ବି ଡି ପୁର ସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନମ୍ ବଦ୍ରି ନାରାୟଣ ପାତ୍ର, ଅଟିଥି ଭାବେ ସମାଜସେବୀ ତଥା ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ସଭପତି ବିପ୍ର ଚରଣ ବାରିକ, ବିଧାୟକ ପ୍ରତିନିଧି ଫକୀର ମୋହନ ଜେନା, ସରପଞ୍ଚ ରଶ୍ମିତା ସାହୁ, ସମିତି ସଭ୍ୟl ଗୀତା ରାଣୀ ବାରିକ, ବନାଧିକାରୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡା ତଥା ବି ଡି ପୁର କ୍ଳଷ୍ଟର ସି ଆର ସି ସି ସ୍ରି ଜିତେନ୍ଦ୍ର କୁମାର ସାହୁ ଯୋଗଦେଇ ବିଦ୍ୟାଳୟର ପ୍ରଶଂସା କରିଥଲେ
।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଗୌଡ଼ ବାର୍ଷିକ ବିବରଣୀ ପଠନ କରିଥିଲେ।ଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣା ବଳିର ବିକାଶ ପାଇଁ ପାଠପଢ଼ା ସହ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ
ଅଂଶ ଗ୍ରହଣ କରିବା ପାଇଁ ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶୁଶାନ୍ତ କୁମାର ସାହୁ ସଂଯୋଜନା କରିଥିବା ଗଣିତ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ,ମଧୁସ୍ମିତା ସାହୁ, ପୁଷ୍ପାଞ୍ଜଳୀ ମିଶ୍ର ,ନମିତା କୁମାରୀ ପାଳ, ପ୍ରତିମା କୁମାରୀ ରଥ ସମେତ ଅନ୍ୟାନ୍ୟ ସହକର୍ମୀମାନେ ସହଯୋଗ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥଲେ।