ଖଡିଆଳ ମହୋତ୍ସବ ୨୦୨୬ ଦ୍ଵିତୀୟ ସନ୍ଧ୍ୟା କୁ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କଲେ ଉଦ୍ଘାଟନ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଖଡିଆଳ ମହୋତ୍ସବ -୨୦୨୬ ର ଦ୍ଵିତୀୟ ସନ୍ଧ୍ୟା ଉଦ୍ଘାଟିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଓଡ଼ିଶା ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ମହୋତ୍ସବ କୁ ଉଦ୍ଘଟିତ୍ କରି ଖଡିଆଳ କଳା ସାହିତ୍ୟ ଓ ସଂସ୍କୃତି ଉଚ୍ଚକୋଟୀର ଓ ସମୃଦ୍ଧ, ଯେଉଁ ଜାତିର ଇତିହାସ ଯେତେ ସମୃଦ୍ଧ ସେହି ସଭ୍ୟତା ସେତେ ଉନ୍ନତ ବୋଲି କହିଥିଲେ। ସଭା ରେ ପାଳନ କମିଟି ସହ ସମ୍ପାଦକ ଗିରିଧାରୀ ବିଭାର ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ପୂର୍ବତନ ସଦସ୍ୟ ନୀଳ ଲୋହିତ ସିଂ ଦେଓ ମୁଖ୍ୟବକ୍ତା, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସ୍ବତ୍ତନ୍ତ୍ର ଅତିଥି ଏବଂ ନୂଆପଡ଼ା ନଗର ଅଧ୍ୟକ୍ଷ ଆଦମ ଖାନ, ଖରୀଆର ରୋଡ ଅଧ୍ୟକ୍ଷା ଡଃ. ସୋନିଆ ଜୈନ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଖଡିଆଳ ବିଡ଼ିଓ ମିଳନ କୁମାର ଝଙ୍କାର, ବୋଡ଼େନ ବିଡ଼ିଓ ସୁଶାନ୍ତ ରଣା ଖଡିଆଳ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସାଂସ୍କୃତିକ ସଂଧ୍ୟା ରେ କଳାକାର ମାନେ ନିଜ ନିଖୁଣ କଳା ପ୍ରଦର୍ଶନ କରିଥିଲେ। ଆଦିବାସୀ ନୃତ୍ୟ, ଢୋଲ ମିଶନ ତାସ ରେ ବିମୋହିତ ହୋଇଥିଲେ। ଏହି ଉପଲକ୍ଷେ ଅଞ୍ଚଳର ଅନେକ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଖଡିଆଳ ମହୋତ୍ସବ କମିଟି ପକ୍ଷ ରୁ ବିଭିନ୍ନ ଦାବୀ ନେଇ ଏକ ସ୍ମରାକ ପତ୍ର ବିଧାୟକ ଖଡିଆଳ ଅଧୀରାଜ ପାଣିଗ୍ରାହୀଙ୍କ ନେତୃତ୍ୱ ରେ ପ୍ରଦାନ କରିଥିଲେ। ଖଡିଆଳ ଠାରେ ଫିଶିରୀ କଲେଜ୍ ସ୍ଥାପନ ପାଇଁ ସରକାରଙ୍କ ପ୍ରସ୍ତାବ କୁ ପୂର୍ଣ୍ଣ କରିବାକୁ କହିଥିଲେ।