ବାଇକ୍ ଦୁର୍ଘଟଣା; ଜଣେ ମୃତ ଜଣେ ଗୁରୁତର

ସୋରଡ଼ା ୦୭/୦୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ପିପଳପଙ୍କା ବ୍ରିଜ ନିକଟରେ ବାଇକ୍ ଦୃଘଟଣା ଜଣେ ମୃତ ଜଣେ ଗୁରୁତର। ମୃତକ ଜଣକ ହେଲେ ମଦନ ସାହୁ ବୟସ ୪୫ ।ସୂଚନା ମୁତାବକ ବାଇକ ଯୋଗେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହସୀଙ୍ଗି ଗ୍ରାମର ସରୋଜ ସାହୁ ଓ ମଦନ ସାହୁ ଉଭୟ କୌଣସି କାମରେ ସୋରଡ଼ା ଆସି ନିଜ ଗାଁ କୁ ଫେରୁଥିବା ବେଳେ ଗୋଛା ପଞ୍ଚାୟତ ଅଧୀନ ପିପଳପଙ୍କା ଋଷୁକୁଲ୍ୟ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ତେବେ କିଛି ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲା ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲା ହେଲେ ଡାକ୍ତର ମଦନ କୁ ମୃତ ଘୋଷଣା କରିଥିବା ବେଳେ ସରୋଜ ଚିକିତ୍ସା ଚାଲିଥିବା ଜଣା ପଡିଛି।