ବିପର୍ଯ୍ୟୟ ହେଲା ଆମ୍ବୁଲାନ୍ସ ସେବା ।କାର ଧକ୍କାରେ ଅଜା ମୃତ ନାତି ଆହତ

ବେଲଗୁଣ୍ଠା ୦୭/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବିପର୍ଯ୍ୟସ୍ତ ହେଲା ଆମ୍ବୁଲାନ୍ସ ସେବା।କୁକୁଡ଼ା ଗାଡ଼ିରେ ବୁହାହେଲେ ଦୂର୍ଘଟଣାଗ୍ରସ୍ତ ଅଜା ଓ ନାତି। ଅଜା ମୃତ ନାତି ଆହତ ।
ସୂଚନା ପ୍ରକାରେ ଗଞ୍ଜାମ ବେଲଗୁଣ୍ଠା ଥାନ ବରଗାଁ ରେ ନାମଯଜ୍ଞ ରୁ ଫେରିଥିବା ଏକ କାର୍ ଓ ଗଡିସାପଲ୍ଲୀ କୁ ସାଇକେଲ ରେ ନିଜ ନାତି କୁ ଧରି ମହେଶ୍ୱର ବିଷୋୟୀ ଫେରୁଥିବା ବେଳେ ବେଲଗୁଣ୍ଠା ଥାନା ଲୁଣିଝୋଲ ଗାଁ ନିକଟରେ ହଠାତ୍ ଧକ୍କାଦେଲା କାର । ଘଟଣା ସ୍ଥଳରେ ଗୁରୁତର ଅବସ୍ତାରେ ପଡ଼ି ରହିଥିବା ବେଳେ କିଛି ଲୋକ ଦେଖି ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ କିନ୍ତୁ ଦୁଃଖ ଓ ଦୂର୍ଭାଗ୍ୟ ର ବିଷୟ ଘଟଣା ସ୍ଥଳରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ।ଶେଷରେ ବାଧ୍ୟ ହୋଇ କୁକୁଡ଼ା ଗାଡ଼ିରେ ଦୃଘଟଣାଗ୍ରସ୍ତ ଅଜା ଓ ନାତି ଙ୍କୁ ବେଲଗୁଣ୍ଠା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ଲୋକେ ।କିନ୍ତୁ ଡାକ୍ତର ସେଠାରେ ଅଜା ମହେଶ୍ୱର ଙ୍କୁ ମୃତ ଘୋଷଣା କରିଥିବା ବେଳେ ନାତି ଗୁରୁତର ଥିବା ଦେଖିବାକୁ ମିଳିଛି ।
ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର କୁ ଜବତ କରିବା ସହ ମେଡ଼ିକାଲ ରେ ପହଞ୍ଚି ତଦନ୍ତ କରୁଛି ।