
ଚୌଦ୍ୱାର (ଶିବବ୍ରତ ଦାସ) – ଚୌଦ୍ୱାର ସର୍କଲ ଜେଲରେ ବିଭିନ୍ନ ଅନିୟମିତତା ଚାଲିଥିବାର ଘଟଣା ପଦାକୁ ଆସିଲା ପରେ ଓଡିଶା ରେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି l ୨୩. ୦୯. ୨୦୨୫ ରେ ମାହାଙ୍ଗା ଅଂଚଳ ର ଜଣେ ମହିଳା ଇତିଶ୍ରୀ ମହାନ୍ତି କୌଣସି ଏକ ଘଟଣା ରେ ଜେଲ ଯିବା ସମୟରେ ଜେଲ କର୍ତ୍ତୃପକ୍ଷ ଙ୍କୁ ନିଜ ର ହାତ ମୁଦି, କାନ ରିଙ୍ଗ ଓ ନାକର ରିଙ୍ଗ ଜମା କରିଥିଲେ l ଯାହାକି ଯେଉଁ ଜମା ସିସିଟିଭି ଓ ଏକ ନିର୍ଦ୍ଧିଷ୍ଟ ରେଜିଷ୍ଟର ରେ ଲିପିବଦ୍ଧ ହୋଇଥିଲା ବେଳେ ତିନି ମାସ ପରେ ଜେଲ ରୁ ଜାମିନ ରେ ଆସିଲା ପରେ ଜେଲ କର୍ତ୍ତୃପକ୍ଷ ଏହି ସୁନା ଅଳଙ୍କାର ପାଉନାହାନ୍ତି କହି ଦେଇନଥିଲେ, ପରେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ l ବହୁ ଦିନ ପରେ ମହିଳା ଜେଲ କୁ ଆସି ବାରମ୍ବାର ମାଗିଲା ପରେ କେହି ଶୁଣିନଥିଲେ l ଫଳରେ ଜେଲ ର ଡ଼ି.ଆଇ.ଜି ଅନୁସ୍ୱୟା ଜେନା ଙ୍କ ନିକଟରେ ଅଭିଯୋଗ କଲା ପରେ ଆଜି ଇତିଶ୍ରୀ ଙ୍କୁ ତଦନ୍ତ ପାଇଁ ଡକାଇ ଥିଲେ l କିନ୍ତୁ ଆଜି କୌଣସି ସୁନା ଅଳଙ୍କାର ଫେରାଇ ନଥିଲା ବେଳେ ପୁଣି ସାତ ଦିନ ସମୟ ମାଗିଥିଲେ l ଓ ନିର୍ଦ୍ଧିଷ୍ଟ ସୁନା ଅଳଙ୍କାର ଫେରାଇବା ପାଇଁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ l ଏହା ପରେ ଅଭିଯୋଗକାରୀ ଇତିଶ୍ରୀ ମହାନ୍ତି ଯଦି ତାଙ୍କ ସୁନା ଅଳଙ୍କାର ଫେରି ପାଇବେ ନାହିଁ ତାହେଲେ ସାତ ଦିନ ପରେ ଜେଲ ସମ୍ମୁଖରେ ଧାରଣା ଦେବା ସହ ଅଦାଲତ ଆଶ୍ରୟ ନେବେ ବୋଲି ଗଣ ମାଧ୍ୟମରେ ପ୍ରକାଶ କରିଥଲେ.