
ଚୌଦ୍ଵାର (ଶିବବ୍ରତ ଦାସ) : ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ରାଜ୍ୟ କମିଟି ର କର୍ମକର୍ତ୍ତା ଘୋଷଣା କରିଛନ୍ତି । ଏହି କମିଟି ରେ ଦେବୀନଗର ର ନାରୀନେତ୍ରୀ ତଥା ଜିଲ୍ଲାପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀମତୀ ସୁବୁଦ୍ଧିରାୟ ଦୀର୍ଘ ଦିନ ଧରି ବିଜେଡି ର ସଂଗଠନ ବୃଦ୍ଧି କରିବାରେ ଅଗ୍ରଣୀ ଭୂମିକା ନେଇ ଆସିଛନ୍ତି । ସେ ଅଭିଭକ୍ତ ଇନ୍ଦ୍ରଣିପାଟଣା ପଂଚାୟତ ଓ ପରେ ନବ ଗଠିତ ବାଣୀପଦା ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ଜୋନ ଏଗାର ର ଜିଲ୍ଲାପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ବିଜୁ ମହିଳା ଜନତା ଦଳର ରାଜ୍ୟ କମିଟି ରେ ତାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବାରୁ ସେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ପୂର୍ବତନ ବିଧାୟକ ଡ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କୁ କୃତଂଜ୍ଞତା ଜଣାଇଛନ୍ତି ।