ଚୌଦ୍ୱାରରେ ବରିଷ୍ଠ ନାଗରିକ ସଂଘର ବଂଧୁ ମିଳନ

ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ଅଧିନ ନୂଆସାହିସ୍ଥିତ ବରିଷ୍ଠ ନାଗରିକ ସଂଘର ବଂଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଂଘ ସଭାପତି ଆଦିକନ୍ଦ ବିହାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ମାନେ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହିତ ପରିଣତ ବୟସର ଅନୁଭୂତି ଓ ସମସ୍ୟା ଉପରେ ମତାମତ ରଖିଥିଲେ । ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଏଥିରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ହୋଲି ମେଲଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସୁରେନ୍ଦ୍ର ବାରିକ, ପ୍ରଭାକର ନାୟକ, ଜଗତ କୁମାର ପରିଜା,ବିବେକାନନ୍ଦ ଛୋଟରାୟ, ଶିବ ପ୍ରସାଦ ପତି,ରଘୁନାଥ ସ୍ୱାଇଁ,ଏନ୍‌.ସି. ପଡ଼ିହାରି, ରାଜେନ୍ଦ୍ର କର,ଅଶୋକ ନାୟକ,ପ୍ରଫୁଲ୍ଲ ସାହୁ,ବୈକୁଣ୍ଠ ବିହାରୀ ତାରେଣିଆ, ନିକୁଞ୍ଜ ବିହାରୀ ପଣ୍ଡା,ଦୁଃଶାସନ ମୂଦୁଲି, ହୃଦାନନ୍ଦ ସେଠୀ ପ୍ରମୁଖ ବରିଷ୍ଠ ନାଗରିକ ଏଥିରେ ଯୋଗଦେଇ ଥିଲେ ।