
ଭଞ୍ଜନଗର ୦୫/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଅଭାବନୀୟ ଘଟଣା ।କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ।ମୃତ ଯୁବକ ଜଣକ ହେଲେ ବୁଦୁଲି ଗାଁର ଅଶୋକ ସ୍ୱାଇଁ ।ସୂଚନା ମୁତାବକ ଅଶୋକ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟ କୁ ଆସିଥିଲେ ।କାମ ସାରି ବାଇକ୍ ରେ ଫେରୁଥିବା ବେଳେ କୋର୍ଟ ସାମନାରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇ ଗୁରୁତର କରିଥିଲେ ଅଭିଯୁକ୍ତ ।ସ୍ଥାନୀୟ ଲୋକେ ଗୁରୁତର ଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।ଅଭିଯୁକ୍ତ ଜଣକ କୋର୍ଟରେ ଆତ୍ସମର୍ପଣ କରିଥିବା ବେଳେ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି ।ଅଭିଯୁକ୍ତ ପଢ଼ାଳ ଗ୍ରାମର ଦିଲ୍ଲୀପ ଜେନା ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଜଣାପଡିଛି ।ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି ।