
ଚୌଦ୍ଵାର(ଶିବବ୍ରତ ଦାସ ) : ଚୌଦ୍ଵାର ପୌର ଟାଉନ ହଲ ଠାରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଞ୍ଚଳିକ ସାମ୍ବାଦିକ ସଂଘ ଟାଙ୍ଗୀ ଚୌଦ୍ୱାର ପକ୍ଷରୁ “ଆଦର୍ଶ ମହିଳା ୨୦୨୬” ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ୟୁଥ୍ ରେଡ଼କ୍ରସ ର ଆବାହକ ସମ୍ପାଦକ ଡ଼ ସସ୍ମିତା ପଟ୍ଟନାୟକ,ସମ୍ମାନୀତ ଅତିଥି ଭାବେ ୧୧ ନମ୍ୱର୍ ଜୋନ ଜିଲ୍ଲାପରିଷଦ ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ,ପୌରଅଧ୍ୟକ୍ଷା ମାନସି ଶ୍ୱର୍ଣ୍ଣପ୍ରଭା ସାମଲ ଓ ଶିକ୍ଷାବିତ୍ ଗଣେଶ ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟକରୁଥିବା ମହିଳା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ସଞ୍ଜୀବ କୁମାର ତିୱାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରରେ ସଂଘର ସଦସ୍ୟ ଶିବବ୍ରତ ଦାସ,ଦୀପକ ବେଉରା,କୁନା ନାୟକ,ପରୀକ୍ଷିତ ଲେଙ୍କା,ରାଜେଶ ନାୟକ,ନବୀନ ରାଓ ପ୍ରମୁଖ ସହଯୋଗ କରିଥିଲେ । ସର୍ବ ଶେଷରେ ସଂଘର ସମ୍ପାଦକ ମାନସ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।