ଷଣ୍ଢ ପାଟିରୁ ବେଲ କାଡ଼ିଲେ ଭଞ୍ଜନଗର ବିପଦର ବନ୍ଧୁ

ଭଞ୍ଜନଗର ୧୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସହର ମଧ୍ୟସ୍ଥ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଏକ ଷଣ୍ଢଟିଏ ଗୋଟିଏ ବେଲଟିଏ ଖାଇଦେଇଥିଲା। ବହୁତ ଚେଷ୍ଟା କରି ମଧ୍ୟ ବେଲଟିକୁସେ ପାଟିରୁ ବାହାର କରିପାରୁନଥିବା ଦେଖି ସ୍ଥାନୀୟ ଲୋକମାନେ ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ। କିଛି ସମୟପରେ ସଂଗଠନର ସଦସ୍ୟ ମାନେ ପହଁଞ୍ଚି ସ୍ଥାନୀୟ ଲୋ ସହଯୋଗରେ ଏକ ଦଉଡ଼ି ମାଧ୍ୟମରେ ଷଣ୍ଢଟିକୁ ବାନ୍ଧି ତା ପାଟିରୁ ବେଲଟିକୁ କଡ଼ିଥିଲେ। ଷଣ୍ଢଟିର ସାମାନ୍ୟ କଷ୍ଟ ଲାଘଵ ହୋଇଥିଲା।