ଚୌଦ୍ୱାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର , ଚିରନିଦ୍ରାରେ ସ୍ୱାସ୍ଥ୍ୟ ପ୍ରଶାସନ

ଚୌଦ୍ୱାର (ଶିବବ୍ରତ ଦାସ) ଜିଲ୍ଲା ଚୌଦ୍ୱାର ପୌରପାଳିକା ନିକଟରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉପରେ ଚୌଦ୍ୱାର ଓ ଏହାର ଆଖ ପାଖ ପଂଚାୟତ ର ବହୁ ରୋଗୀ ମାନେ ବିଭିନ୍ନ ରୋଗ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି l କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଏଠାରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା l ପୂର୍ବରୁ ଏଠାରେ ଜଣେ ଅଭିଜ୍ଞ ଡାକ୍ତର ଚିକିତ୍ସା କରିଆସୁଥିଲେ, ତାଙ୍କର ବୟସସୀମା ହେବାରୁ ସେ ଅବସର ନେଲା ପରେ ଦୀର୍ଘ ଦୁଇ ମାସ ରୁ ଉର୍ଦ୍ଧ ହେବ ଏଠାରେ କୌଣସି ଡାକ୍ତର ନିୟୋଜିତ ହୋଇନାହାନ୍ତି l ଯାହା ଫଳରେ କି ଚୌଦ୍ୱାର ପୌରାଞ୍ଚଳ ସମେତ ବହୁ ପଂଚାୟତ ରୁ ଆସୁଥିବା ରୋଗୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଭିନ୍ନ ବିଭାଗ ଯଥା ଆଣ୍ଠୁ ଜନିତ ରୋଗ,ଦନ୍ତ ରୋଗ ସମ୍ବନ୍ଧୀୟ ଚିକିତ୍ସା,ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ପୋଷଣ ବିଶେଷଜ୍ଞ ଭଳି ଚିକିତ୍ସା ଥିଲେ ମଧ୍ୟ ଡାକ୍ତର ଅଭାବରୁ ରୋଗୀମାନେ ସେବାରୁ ବଞ୍ଚିତ ରହୁଛନ୍ତି l ଅନ୍ୟ ପକ୍ଷରେ ଆଗାମୀ ଦିନ ରେ ଯଦି ସ୍ୱାସ୍ଥ୍ୟ ପ୍ରଶାସନ ଓ ଉପରିସ୍ଥ ବିଭାଗୀୟ ଅଧିକାରୀ ଏହାର ତ୍ୱରିତ ପଦକ୍ଷେପ
ନ ନିଅନ୍ତି ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ତୀବ୍ର ବିରୋଧ ସହ ରାଜରାସ୍ତା ଅବରୋଧ କରାଯିବ ବୋଲି ସ୍ଥାନୀୟ ଅଂଚଳବାସୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l