କନ୍ଧମାଳ ଅବକାରୀ ବିଭାଗ ଦ୍ୱାରା ୧୪୧ କେ ଜି ଗଂଜେଇ ଜବତ ଦୁଇଟି କାର, ଏକ ନାବାଳକ ସହ ୪ ଗିରଫ

ଫୁଲବାଣୀ ୧୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳ ଜିଲ୍ଲା ଗୋଛପଡା ଥାନା ଅନ୍ତର୍ଗତ ବାଲାନ୍ଦା ପଡା ପଞ୍ଚାୟତ ର କଂଜାମାଇ ଗ୍ରାମର ୪ ଟି ବସ୍ତାରେ ୧ କୁଇଣ୍ଟାଲ ଗଂଜେଇ ଜବତ କରିଛି ଅବକାରୀ ସ୍ପେସିଆଲ ସ୍କ୍ୱାର୍ଡ। ୪ ଟି ସ୍ଥାନରେ ସ୍କ୍ୱାର୍ଡ ଚଢ଼ାଉ କରିଥିଲା। ବୌଦ୍ଧ ଜିଲ୍ଲା ର ପୁରୁଣା କଟକ ଥାନାର ଲଖନପୁର ଗ୍ରାମର ରାଜେଶ ବେହେରା କାର ଡ୍ରାଇଭର କୁ ଅବକାରୀ ପୋଲିସ ଗିରଫ କରିଛି। ଅନ୍ୟ ଏକ କାର ରୂ ୨୦ କିଲୋ ଗଂଜେଇ ଜବତ ହୋଇଛି। ଅବକାରୀ ବିନୋଦ କୁମାର ବାସ୍କେ ଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଓ ଇନ୍ସପେକ୍ଟର ବିନୋଦ ବାସ୍କେ ସକ୍ରିୟତାର ସହ ଧର ପଗଡ଼ କରୁଥିବାରୁ ଗଂଜେଇ ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।