ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ଭଞ୍ଜନଗର ୧୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗର ଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ବିଶିଷ୍ଟ ଅତିଥିଭାବେ ଡ଼. ପୂର୍ଣଚନ୍ଦ୍ର ତ୍ରିପାଠୀ, ଉପ ସଭାପତି ପର୍ଶୁରାମ ସ୍ୱାଇଁ, ସାଧାରଣ ସମ୍ପାଦକ ଅନୁପମ ବାନାର୍ଜୀ, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, ବରିଷ୍ଟ ସଦସ୍ୟ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଅମର ବିଳାସ ବେହେରା ଓ ସନ୍ତୋଷ କୁମାର ଜେନା ଯୋଗଦେଇ ସରକାରଙ୍କ ଦ୍ୱାରା ପାରିତ ଭେଳିଡେସନ ଆକ୍ଟ-୨୦୨୫ ର ଆଭିମୁଖ୍ୟ ଓ କଳା ଆଈନର କାର୍ଯ୍ୟ ଧାରାକୁ ବିରୋଧ କରିଥିଲେ l ଦେଶର କୋଟି କୋଟି ବିଭିନ୍ନ ବିଭାଗର କର୍ମଚାରୀ ୩୦/୩୫ ବର୍ଷ ନିରବଛିନ୍ନ ଭାବେ ତୃଣମୂଳ ସ୍ତରରୁ ବହୁ ବାଧାବିଘ୍ନ ସହ୍ୟକରୀ ସେବlଦେଇ ପରିଣତ ବୟସରେ ପେନସନ ଉପରେ ନିର୍ଭର କରୁଥିବା ଯୋଗୁଁ ସରକାରଙ୍କ ପେନସନ ମlରଣନୀତି ଭେଳିଡେସନ ଆକ୍ଟ କୁ ବିରୋଧ କରାଯାଇଥିଲା l ଆସନ୍ତା ୨୫ ତାରିଖ ଦିନ ଏହାବିରୁଦ୍ଧରେ ଏକ ନୀରବ ଶୋଭାଯାତ୍ରାରେ ଯାଇ ମାନ୍ୟବର ଉପଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହା ପୂର୍ବରୁ ସାତଟି ପେ-କମିଶନ ରିପୋର୍ଟରେ ଅବସରପ୍ରାପ୍ତ ସରକାରୀକର୍ମଚାରୀଙ୍କୁ ସଂମ୍ମାନର ସହ ବଂଚିବାର ଅଧିକାରକୁ ଦୃଷ୍ଟି ଦିଆଯାଇଥିବା ବେଳେ ବର୍ତ୍ତମାନର ସରକାର ପେନସନ ଭୋଗୀଙ୍କ ପେନସନ ସଂକୁଚିତ କରି ବିଭାଜନ କରିବା ପାଇଁ ଭେଲିଡେସନ ଆକ୍ଟ କରିଥିବା ଯୋଗୁଁ କ୍ଷୋଭ ପ୍ରକାଶ କରାଯାଇଥିଲା l ସର୍ବ ଭାରତୀୟ ପେନସେନର୍ସ ଫେଡେରେସନର କାର୍ଯ୍ୟକାରୀ ବୈଠକ, ରାଜ୍ୟ ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଭୁବନେଶ୍ୱରର ପ୍ରସ୍ତାବ କ୍ରମେ ଆସନ୍ତା ମାର୍ଚ୍ଚ ୨୫ ତାରିଖକୁ “କଳlଦିବସ”ଭାବେ ପାଳନ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରି ସମର୍ଥନ କରାଯାଇଥିଲା l ପ୍ରାରମ୍ଭରେ ସଭ୍ୟ ଶେଷଦେବ ପଣ୍ଡା ନୃତ୍ୟ ମାଧ୍ୟମରେ ସ୍ୱାଗତ ସଂଗୀତ ପରିବେଷଣ, ସାଧାରଣ ସମ୍ପାଦକ ଅନୁପମ ବାନାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଵା ପରେ ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ଗତ ବୈଠକର ବିବରଣୀ ପାଠପରେ ସର୍ବ ସଂମତି କ୍ରମେ ଗୃହୀତ ହୋଇଥିଲା l ଶେଷରେ ସଦସ୍ୟ ପିତାମ୍ବର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ l କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ତାରିଣୀ ଶାନ୍ତିପାଠ କରିଥିଲେ l ଶତାଧିକ ସଭ୍ୟ, ସଭ୍ୟା ଯୋଗଦେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l