ଚୌଦ୍ଵାର ମଣ୍ଡଳ କାରାଗାର: ଅପାରଗ ଅଧିକ୍ଷକ ନା ଅଯୋଗ୍ୟ ସୁରକ୍ଷା

ଚୌଦ୍ଵାର(ଶିବବ୍ରତ ଦାସ ): ପୁଣି ଚର୍ଚ୍ଚାରେ ଚୌଦ୍ଵାର ମଣ୍ଡଳ କାରାଗାର । ଚୌଦ୍ଵାର ଜେଲ ଭିତରୁ ଜଣେ କଏଦୀ ମୋବାଇଲ ଫୋନ ଯୋଗେ ଏକ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଦାଦାବଟି ପାଇଁ ଧମକ ଦେଵା ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି ।ବିଶେଷ ସୂତ୍ର ଅନୁଯାୟୀ ଜେଲ ଭିତରୁ ଜଣେ କଏଦୀ ମୋବାଇଲ ଫୋନ ଯୋଗେ ରାଉଲକେଲା ଅଞ୍ଚଳର ଏକ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଦାଦାବଟି ପାଇଁ ଧମକ ଦେଇଥିଲେ । ବ୍ୟବସାୟୀ ଙ୍କ ଅଭିଯୋଗ କ୍ରମେ ରାଉରକେଲା ପୋଲିସ୍ ର ସ୍ବତନ୍ତ୍ର ଟିମ ଚୈଦ୍ବାର ଜେଲରେ ଚଢ଼ାଉ କରିଥିଲା । ଜେଲରେ ଥିବା ଏହି ନିର୍ଦ୍ଧିଷ୍ଟ ଧମକ ଦେଇଥିବା କଏଦୀଙ୍କ ନିକଟରୁ ତିନୋଟି ମୋବାଇଲ ଫୋନ୍ ଓ ଗୋଟିଏ ଛୋଟ ଡାଏରୀ ଜଵତ କରାଯାଇଥିବାର ସୂଚନା ମିଳିଛି। ସ୍ଥାନୀୟ ଚୌଦ୍ଵାର ପୋଲିସ ସହାୟତାରେ ରାଉରକେଲା ପୋଲିସ୍ ର ସ୍ବତନ୍ତ୍ର ଟିମ ଜେଲରେ ଚଢ଼ାଉ କରିଥିଲା। ଏହି ଘଟଣା ସମ୍ପର୍କରେ ଚୌଦ୍ଵାର ଜେଲ କର୍ତ୍ତୃପକ୍ଷଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ ଏହି ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ଇଚ୍ଛା ପ୍ରକାଶ କରିନଥିଲେ । ଜେଲ ଭିତରେ କଡ଼ା ସୁରକ୍ଷା ବଳୟ ସହିତ ଶକ୍ତିଶାଳୀ ଜମାର ବ୍ୟବସ୍ଥା ଥାଇ ମଧ୍ୟ କଏଦୀ ଜଣକ ମୋବାଇଲ ଫୋନ୍ ବ୍ୟବହାର କରି ଧମକ ଦେବା ଏକ ବିରାଟ ପ୍ରଶ୍ନବାଚୀ।