
ବାଲିପଦର ୦୪/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ମୁଖ୍ୟମନ୍ତ୍ରୀ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ “ ପ୍ରବେଶ ଉତ୍ସବ ଓ ଖଡିଛୁଆଁ “ ଯୋଜନା ନୋଡାଲ ଉପ୍ରା ବିଦ୍ୟାଳୟ ବାଲିପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥୁ ଓ ସମ୍ମାନୀତ ଅତିଥି ଭାବେ ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦ୍ଵିତିକୃଷ୍ଣ ବିଶ୍ବାଳ, ପ୍ରକାଶ ଚନ୍ଦ୍ର ରଥ, ତପସ୍ବିନୀ ଦାସ, ତେଜସ୍ବିନୀ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଗଳ୍ପ ଓ ଉପଦେଶ ମାଧ୍ଯମରେ ବାର୍ଭା ପ୍ରଦାନ କରିଥିଲେ । ଏହି ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ମାନେ ବହୁ ଉଚ ପଦ ପଦବୀରେ ଥିବା କଥା ସୁଚାଇ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳାରାଣୀ ଦାସ ଏବଂ ସମସ୍ତ ସହକାରି ଶିକ୍ଷକ ଶିକ୍ଷୟିତ୍ରୀ ବିକ୍ରମ କୁମାର ବେହେରା, ରାଜେନ୍ଦ୍ର ପାତ୍ର, ସୁଦାମ ବେହେରା, ପ୍ରଶାନ୍ତ କୁମାର ସାହୁ, କାଳିଆ ପାଣିଗ୍ରାହୀ, କନକି ପ୍ରଧାନ, ସୁଚିସ୍ମିତା ସିଂ, ବନସ୍ମିତା ସାହୁ, ଏଲିନା ସିଂ ଏସଏମସି ସଭାପତି ସଞ୍ଜୟ କୁମାର ବିଶୋୟୀ ଏବଂ ଅନ୍ୟାନ୍ୟ ସଭ୍ୟସଭ୍ୟା ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସୂଚାରୁ ରୂପେ ପରିଚାଳନ କରିଥିଲେ । ବିକ୍ରମ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।