ସୋରଡ଼ା ଜଳଭଣ୍ଡାର ରେ ଭାସୁଛି ଅଜଣା ବ୍ୟକ୍ତିର ମୃତ ଦେହ

ସୋରଡ଼ା ୦୯/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ସୋରଡା ଜଳଭଣ୍ଡାର ର ମଧ୍ୟ ଭାଗରେ ଭାସୁଛି ଏକ ଅଜଣା ଯୁବକ ଙ୍କ ମର ଶରୀର । ଲୋକଟିର ପରିଚୟ ମିଳି ପାରିନାହି । କିଛି ମଛ୍ୟଜୀବୀ ଡଙ୍ଗା ଧରି ଦୁଇଦିନ ତଳେ ସେହି ମଧ୍ୟ ଭାଗକୁ ଯିବା ସମୟରେ ସବ ଟି ଭସିବା ର ଦେଖି ଭୟ ଭୀତ ହୋଇଛନ୍ତି । ସବ ଟି ତିନିଦିନ ହେବ ପାଣି ରେ ଭାସୁଛି । ଯୁବକ ଟି ଏକ ହାଫ ପେଣ୍ଟ ପିନ୍ଧିଛି ଏବଂ ପାଣି ଭିତରେ ମୂହ ମାରି ପଡି ରହିଛି । ଯୁବକର କିଛି ଅଂସ ମାଛ ଖାଇଗଲେଣି । ଯୁବକ ଙ୍କୁ ହତ୍ୟା କରି କିଏ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କାରଣ ଗତ କାଲୀ ମୃତ ଯୁବକ ଙ୍କ ପାଖରେ ଏକ ଡଙ୍ଗ ଥିବାର କିଛି ମଛ୍ଯଜୀବୀ ଦେଖିଥିଲେ କିନ୍ତୁ ଆଜି ଆମେ ସେଟାକୁ ଖବର ସଂଗ୍ରହ କରିବା ଜୀବ ସମୟରେ ପାଖରେ ଡଙ୍ଗା ନାହି । କହିକି କେଉ ପରିସ୍ଥିତି ରେ ଯୁବକ ସେଟାକୁ ଆସିଲେ ଏବଂ ଡେମ ମଧ୍ୟ ଭାଗରେ କିପରି ମୃତ ବରୁଣ କଲେ ତାହା ସନ୍ଦେହ ଘେରରେ ରହିଛି । ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ପୋଲିସ ପହଞ୍ଚି ନଥିବା ବେଳେ ମାଛ ଧରାଳି ମାନେ ଭିତରକୁ ଯିବା ପାଇଁ ଭୟ କରୁଛନ୍ତି ।