ବିଦ୍ୟୁତ୍ ଖୁଣ୍ଟ ଲାଗି ଯୁବକ ମୃତ

ସୋରଡ଼ା ୧୦/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଧିନସ୍ଥ ବଳରାମ ପୁର ପଂଚାୟତ ଅନ୍ତର୍ଗତ ଲଳିତ ପୁର ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟ ଲାଗି ଯୁବକ ମୃତ । ମୃତ ଯୁବକ ଜଣକ ହେଲେ ବଦାଙ୍ଗି ପଂଚାୟତ ସରନୌତି ଗ୍ରାମର ଦିନେଶ ନାୟକ ବୟସ ୧୮ , ପିତା ବାବୁଲା ନାୟକ l ସୂଚନା ମୁତାବକ ବିଳମ୍ବିତ ରାତିରେ ନିଜ ଗ୍ରାମରୁ ବାହାରି ଲଳିତ ପୁର ଗ୍ରାମ ରେ ଟେଣ୍ଟ ପକାଇବାପାଇଁ ଆସି ଟେଣ୍ଟ ପକାଉ ଥିବା ସମୟ ରେ ହଟାତ୍ ଗୋଡ ଖସିଯାଇଥିବାରୁ ପାଖରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧରିଥିଲେ ସେଠାରେ ଥିବା ଘୋରୋଇ ବିଦ୍ୟୁତ ସଂଯୋଗ ତାର କୁ ଲାଗିଯିବା ହେତୁ ବିଦ୍ୟୁତ୍ ଆଘାତ ର ଶିକାର ହୋଇଥିଲେ l ସେଠାରୁ ଆହତ ଅବସ୍ଥାରେ ସଙ୍ଗେ ସଙ୍ଗେ ବଡଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ଦୀନେଶ କୁ ମୃତ ଘୋଷଣା କରିଥିଲେ ।