
ଜଗନ୍ନଥପ୍ରସାଦ-୧୬/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ତାରାସିଂ ଥାନା ନୂଆଁ ବାଙ୍କତରା ଗାଁ ର ମୃତ କିଶୋର ନାୟକ ଙ୍କ ଏକ ମାତ୍ର ପୁତ୍ର ରୁଦ୍ର ନାୟକ (୨୫) । ପୁଅ ଜନ୍ମର ଆଠ ମାସ ପରେ ବାପା ଙ୍କ ମୃତୁ ହୋଇଯାଇଥିଲା । ପିଲାବେଳୁ ରୁଦ୍ର କାନ୍ଧରେ ଥିଲା ପରିବାର ବୋଝ । ନିଜେ ରଙ୍ଗ ମିସ୍ତ୍ରୀଭାବେ କାର୍ଯ୍ୟ କରି ଯାହା ରୋଜଗାର କରୁଥିଲା ସେଥିରେ ବଡ଼ ଚାରି ଭଉଣୀଙ୍କ ବିବାହ କାମ ସହ ପରିବାର ଚଳୁଥିଲା । ଏବେ ଘରେ ମା ଓ ପୁଅ ରହୁଥିଲେ । ଗତ ଚାରି ମାସ ପୂର୍ବେ ଅଧିକା ରୋଜଗାର କଲେ ବାକି ସୁଝିବା ପାଇଁ ବେଙ୍ଗଲୁରୁ କାମ କରିବାକୁ ଯାଇଥିଲା । କୌଣସି କାରଣରୁ ଗାଁକୁ ଫେରୁଥିଲା । ଟ୍ରେନ ରେ ଭିଡ଼ ଯୋଙ୍ଗୁ ଗେଟ ପାଖରେ ବସି ଆସୁଥିବା ବେଳେ ଅସାବଧାନତା କାରଣରୁ ଟ୍ରେନ ଝଟକା ରେ ସେ ଟ୍ରେନ ତଳକୁ ଖସି ଯାଇଥିଲା । ଖୋର୍ଦ୍ଧା ଷ୍ଟେସନ ପରେ ପରେ ଏହି ଦୁର୍ଘଟଣା ଘଟିଥିଲା । ଆଉ ମାତ୍ର କିଛି ଘଂଟା ପରେ ଗାଁ ରେ ପଂହଁଚିଥାନ୍ତା ହେଲେ ବାଟରେ ଯେମିତି ଯମ ଅପେକ୍ଷା କରିଥିଲା । ରୋଜଗାରିଆ ପୁଅ କୁ ହରାଇ ମା ମୁଣ୍ଡ ପିଟି କାନ୍ଦୁଛି । କେବଳ ମା କାହିଁକି ସାରା ରୁଦ୍ର ର ଏଭଳି ଅକାଳ ବିୟୋଗ ସାରା ଗାଁ କୁ ସ୍ତବ୍ଧ କରିଦେଇଛି । ସେ ଜଣେ ଶାନ୍ତ, ନମ୍ର ଓ ବୋଲକରା ପିଲାଟିଏ ଥିଲା । ପିଲାବେଳୁ ଖୁବ ପରିଶ୍ରମୀ ଥିଲା । ଗତକାଲି ସନ୍ଧ୍ୟାରେ ରୁଦ୍ର ର ଶବ ଗାଁରେ ପଂହଁଚିବା ପରେ ଶୋକାକୁଳ ପରିବେଶ ରେ ଶେଷକୃତ୍ୟ ସମ୍ପ୍ରଣ୍ଣ ହୋଇଛି । ରାଜ୍ୟରେ ଆଜି ବି ରୋଜଗାର ସୁବିଧା ନଥିବା କାରଣରୁ ଗାଁ ଗୁଡିକର ଯୁବକ ଓ ବୟସ୍କ ମାନେ ଦାଦନ ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ସେଠାରେ ବିଭିନ୍ନ କାରଣରୁ ଭିନ୍ନ ଭିନ୍ନ ସମୟରେ ଜୀବନ ଯାଉଛି । ବଦଳିଲା ସରକାର ହେଲେ କେବେ ରାଜ୍ୟରୁ ହଟିବ ଦାଦନ ଯନ୍ତ୍ରଣା । କେବେ ଅଟକିବ ଦାଦନ ମୃତ୍ୟୁ । ଅଞ୍ଚଳ ବୁଦ୍ଧିଜୀବୀ ଙ୍କ ମନରେ ଉଠିଛି ଏହି ପ୍ରଶ୍ନ ।