
ଯାଜପୁର (ଅଭିମନ୍ୟୁ ମିଶ୍ର, ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଯାଜପୁର ଜିଲ୍ଲାର ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଭଳି ଏକ ସଙ୍ଗୀନ ଘଟଣା ସାମନାକୁ ଆସିଛି। କୋରେଇ ଥାନା ଅନ୍ତର୍ଗତ ମୀନା ବଜାର ଛକ ନିକଟରେ ଏହି ଅଘଟଣ ଘଟିଛି ।
ସୂଚନା ଅନୁସାରେ, ଅଞ୍ଚଳରେ ଚାଲୁଥିବା ଅବୈଧ ମାଟି ଚୋରୀକୁ ରୋକିବା ପାଇଁ ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଥିରେ ଅଭିଯୁକ୍ତମାନେ ଟ୍ରାକ୍ଟର ଚଢ଼ାଇ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଏହି ଘଟଣାରେ ସେ ଗୁରୁତର ଭାବେ ଆହତ ଆହତ ହୋଇଥିବା ସୂଚନା ମିଳିଛି। ଏବେ ପ୍ରଶାନ୍ତ ପଣ୍ଡା ଙ୍କର କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଥିବା ବେଳେ ଘଟଣା ପରେ କୋରେଇ ପୋଲିସ୍ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଘଟଣା ସ୍ଥଳରେ ତତ୍କ୍ଷଣାତ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରାକ୍ଟର କୁ ଜବତ କରିଛନ୍ତି ଏହା ସହ ଜଡିତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି । ଅବୈଧ ମାଟି ଖନନ ଓ ପରିବହନକୁ ନେଇ ଏହିପରି ଆକ୍ରମଣ ଘଟଣା ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି ।ଖବର ପାଇ କଳିଙ୍ଗ ନଗର ଏଡିଏମ ସପନ ନନ୍ଦ ଓ କୋରେଇ ବିଡ଼ିଓ ଅବନୀ କାନ୍ତ ସାହୁ ଘଟଣା ସ୍ଥଳରେ ରେ ପଂହଁଚି ଥିଲେ । ବାଲି ମାଟି ଓ ପଥର ମାଫିଆ ମାନେ ପ୍ରଶାସନ କୁ ଖାତିର କରୁ ନାହାନ୍ତି । କିଛି ନେତା ସେମାନଙ୍କ ବେନିୟମ କାର୍ଯ୍ୟ କୁ ସମର୍ଥନ କରୁ ଥିବାରୁ ସମଗ୍ର ଜିଲ୍ଲା ରେ ମାଫିଆ ଙ୍କ ରାଜ ଚାଲିଛି ।