ଠାକୁରାଣୀ ଯାତ୍ରାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସର ପ୍ରସ୍ତୁତି ବୈଠକ

ଭଞ୍ଜନଗର : ୨୪/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ଠାକୁରାଣୀ ଯାତ୍ରା। ୩ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ ତେଣୁ ଦୂରଦୂରାନ୍ତରୁ ଦର୍ଶକ ମାନଙ୍କ ସୁଅ ଛୁଟିଥାଏ। କୁଲାଡ଼ ରୁ ମା ବ୍ୟାଘ୍ରଦେବୀଙ୍କୁ ଆଡମ୍ବର ସହକାରେ ଅଣାଯାଏ ୩୦ରୁ ଅଧିକ ପଟୁଆର ଏବଂ ବହୁ ଶବ୍ଦ ଓ ଆଲୋକ ରଂଜିତ ବାଣ ଫୁଟାଯାଏ। ହଜାର ହଜାର ଲୋକଙ୍କ ସୁରକ୍ଷା ଏବଂ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ଯାତ୍ରା ପରିଚାଳନା କମିଟି ଓ ସାମ୍ବାଦିକ ମାନଙ୍କୁ ନେଇ ଥାନା ପରିସରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଂଜନ କୁମାର ଦେ ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୁଲାଡ଼ ରୋଡ଼ ବେଲଗୁଣ୍ଠା ରୋଡ଼, ବ୍ରହ୍ମପୁର ରୋଡ଼, ଫୁଲବାଣୀ ରୋଡ଼ଦେଇ ଆସିବା ଦୁଇ ଚକିଆ ଗାଡି ଏବଂ ବଡ ଗାଡି ମାନଙ୍କ ପର୍କିଙ୍ଗ ବ୍ୟବସ୍ତା କରାଯାଉଛି। ପରେ କମିଟି ସଦସ୍ତ ଓ ପୋଲିସ ଅଧିକାରୀ ମାନଙ୍କ ସହ ସହରର ଅନେକ ସ୍ଥାନରେ ସୁରକ୍ଷା ସହ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ବୈଠକ ବେଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼ ଦୀପକ କୁମାର ମିଶ୍ର, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଈ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଜ୍ୟୋସ୍ନାମୟୀ ସାହୁ, ଏଏସଆଈ ଶରତ ଚନ୍ଦ୍ର ପଣ୍ଡା, ରୁଦ୍ର ପ୍ରତାପ କହଁର,କନଷ୍ଟେବଳ କେ. ପି ରେଡ଼ି, ସନ୍ତୋଷ ନାୟକ, ଗୃହରଖି ପି. ହେମନ୍ତ ରାଓ, ଗଜେନ୍ଦ୍ର ସ୍ୱାଇଁ ଙ୍କ ସହିତ ଅନ୍ୟ ଥାନା କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।