
ଚିଲିକା : ରାଜ୍ୟରେ ପେଟ୍ରୋଲ – ଡିଜେଲର ଅଭାବ ପରିଲକ୍ଷିତ ହେଉଛି। ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ଲାମ୍ବା ଲାଇନ ଲାଗିଥିବାବେଳେ କିଛି ପେଟ୍ରୋଲ ପମ୍ପ ବନ୍ଦ ହୋଇଥିବାର ଦେଖିବାକୁ ମିଳୁଛି। ତେବେ ତେଲର ଅଭାବ ପାଇଁ ମାଝି ଚିଲିକାରେ ୪୦ ଡଙ୍ଗା ଓ ମତ୍ସ୍ୟଜୀବି ଫସି ରହିଛି । କଣାସ ଅଞ୍ଚଳରେ ୪୦ଟି ଡଙ୍ଗା ସହ ଶତାଧିକ ମତ୍ସ୍ୟଜୀବି ଫସି ରହିଥିବା ସୂଚନା ରହିଛି । ତେଲ ଅଭାବରୁ ଦୟା ନଦୀ ମୁହାଣ କୂଳରେ ଲାଗି ରହିଛି ଏକାଧିକ ଡଙ୍ଗା ।
ଚିଲିକାକୁ ମାଛ ଧରିବାକୁ ଯାଇ କଣାସ ଅଞ୍ଚଳର ଅନେକ ମତ୍ସ୍ୟଜୀବୀ ଫସିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଟାପୁରେ ଆଶ୍ରୟ ନେଇଛନ୍ତି । କଣାସ ଜାଗୁଳାଇପଦର ଠାରୁ ୮ କିଲୋମିଟର ଦୂରରେ ଥିବା ଦୟାନଦୀ ମୁହାଣରେ ବି ଏକାଧିକ ଡଙ୍ଗା ତେଲ ଅଭାବରୁ କୂଳରେ ଲାଗିଛି । ଏପଟେ ଚିଲିକା ଭିତରେ କଣାସ ଅଞ୍ଚଳର ପ୍ରାୟ ୪୦ ଟି ଡ଼ଙ୍ଗା ଓ ସେଥିରେ କାର୍ଯ୍ୟରତ ଥିବା ୧୦୦ ରୁ ଅଧିକ ମସ୍ୟଜୀବୀ ଏବେ ଚିନ୍ତାରେ । ତେଲ ଶେଷ ହୋଇଯାଇଥିବା ଯୋଗୁ ଘରକୁ ଫେରିପାରୁନାହାନ୍ତି ।