
ଚୌଦ୍ୱାର (ଶିବବ୍ରତ ଦାସ )- ଚୌଦ୍ୱାର ରୂପଯାତ୍ରା ପଡିଆ ଠାରେ ଚୌଦ୍ୱାର ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଇମ୍ଫା ର ଭି.ପି ବିନୟ ଅଗ୍ରୱାଲ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l କାର୍ଯ୍ୟକ୍ରମ ର ପ୍ରାରମ୍ଭରୁ କ୍ରିକେଟ ଲିଗ ର ସଭାପତି ନରେଶ ସାହୁ, ଇମ୍ଫା ଲୋକ ଏବଂ ଜନସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବସନ୍ତିଆ ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି ଲିଗ ର ଶୁଭାରମ୍ଭ କରିଥିଲେ l ଚୌଦ୍ୱାର ର ପ୍ରାୟ ଆଠ ଗୋଟି ଟିମ ଏହି କ୍ରିକେଟ ମ୍ୟାଚ ରେ ଭାଗ ନେବା ସହିତ ହାରାହାରି ୧୬ ଗୋଟି ଲିଗ ମ୍ୟାଚ ଖେଳାଯିବା ସହିତ ଶେଷରେ ବିଜୟଲାଭ କରିଥିବା ଟିମକୁ ଟ୍ରଫି ପ୍ରଦାନ ସହିତ ପୁରସ୍କୃତ କରାଯିବ ବୋଲି ମୁଖ୍ୟଅତିଥି ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l ଏହି କ୍ରିକେଟ ଟୁର୍ନାମେଣ୍ଟ ଟି ତିନି ଦିନ ଧରି ଚାଲିବ ବୋଲି ସମ୍ପାଦକ ଅଜିତ ସ୍ୱାଇଁ ମତ ବ୍ୟକ୍ତ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ଣୁ ଚରଣ ସାହୁ, ଜୟନ୍ତ ଲେଙ୍କା, ଭରତ ଚନ୍ଦ୍ର ସାହୁ, ସରୋଜ ସାହୁ, ସଂଜିତ ନାୟକ, ବିଶ୍ୱନାଥ ସାହୁ, ସୁରଜ ନାୟକ, ଲୋକନାଥ ବେହେରା, ଲିକୁନ ବେହେରା, ଅଭିଷେକ ବେହେରା, ଦିନେଶ ନାୟକ ପ୍ରମୁଖ ଉପସ୍ଥିତ ଥିବା ସହିତ ଟୁର୍ନାମେଣ୍ଟ ଟିକୁ ଆଗେଇ ନେଇଥିଲେ l