ଭଞ୍ଜନଗର ଇସ୍କନ ତରଫରୁ ନିଶା ମୁକ୍ତ ଦିବସ ପାଳନ

ଭଞ୍ଜନଗର ୩୧/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ବିଶ୍ୱ ତମାଖୁ ଦିବସ ,ଆଜି ବିଶ୍ୱର ପ୍ରତ୍ୟୁକ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ତମାଖୁ ବର୍ଜନ ପାଇଁ ସଚେତନତା ରାଲି ସହ ସଭା ଆୟୋଜନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଈସ୍କନ ପରିବାର ତରଫରୁ ବିଶ୍ୱ ବାସୀଙ୍କୁ ତମାଖୁ ବର୍ଜନ ର ବାର୍ତ୍ତା ଦେଇଛନ୍ତି।ଦେଶ ବାସୀ, ଭଞ୍ଜନଗର ସହର ବାସୀଙ୍କୁ ନିଶା ଠାରୁ ଦୁରେଇ ରହିବା ପାଇଁ ଅନୁରୋଧ କରିଛନ୍ତି।ଆଜି ଇସ୍କନ ପରିବାର ତରଫରୁ ଏକ ତମାଖୁ ବର୍ଜନ ନିମନ୍ତେ ସଚେତନ ରାଲି ଭଞ୍ଜନଗର ସହର ପରିକ୍ରମା , ଇସ୍କନ ଭଞ୍ଜନଗର ଅଧ୍ୟକ୍ଷ ବିଶ୍ବମ୍ବର ଦାସ ଙ୍କ ତତ୍ତ୍ଵବଧାନ ଅଯୋଜିତ କରିଥିଲେ।ଅନୁଷ୍ଠାନ ର ବହୁ ସଦସ୍ୟ ନାମ ସଂକୀର୍ତ୍ତନ ମାଧ୍ୟମରେ ନିଶା,ତମାଖୁ ଠାରୁ ଦୂରେଇ ରହିବା ପାଇଁ ଜନସାଧାରଣ ଙ୍କୁ ଅନୁରୋଧ ହେଇଥିଲା। ଏଥି ରେ ଭଞ୍ଜନଗର , ଆସ୍କା, ଖଲିକୋଟ, ପୋଲସରା, ବ୍ରହ୍ମପୁର , ଛତ୍ରପୁର ଆଦି ସ୍ଥାନରୁ ବହୁ ସଂଖ୍ୟକ ଭକ୍ତ ମାନେ ଯୋଗଦାନ କରିଥିଲେ, ବର୍ତ୍ତମାନ ପରିସ୍ଥିତିରେ ଯୁବ ସମାଜ ନିଶା କବଲରେ କଲବଲ ଜୀବନ ବିତାଉଛନ୍ତି।ପ୍ରତ୍ୟୁକ ଦିନ ନିଶା ଗ୍ରସ୍ତ ବ୍ୟକ୍ତି ଙ୍କ ଉନ୍ମତ୍ତ କାଣ୍ଡର ଖବର ତ କେତେବେଳେ ନିଶା ପାଇଁ ପରିବାର ଭାଙ୍ଗିବା ର ଖବର ତ କେତେବେଳେ ନିଶା ଖାଇ ଗାଡି ଚାଳନା ରେ ମୃତ୍ୟୁର ଖବର ଖବର କାଗଜ ର ପୃଷ୍ଠା ମଣ୍ଡନ କରୁଛି।ସରକାର ଗୋଟେ ପଟେ ନିଶା ଖୋର ବ୍ୟକ୍ତି, ନିଶା ବେପାରୀଙ୍କୁ ଆଇନ ନାଲି ଆଖି ଦେଖାଇ ଥିବା ବେଳେ ସେହି ସରକାର ନିଶା ବ୍ୟବସାୟ ପାଇଁ ପ୍ରଶୟ ଦେଉଛି।ସୂଚନାଯୋଗ୍ୟ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଘଠନ ର ରିପୋର୍ଟ ଅନୁସାରେ ପ୍ରତ୍ୟୁକ ବର୍ଷ ୮୦ ଲକ୍ଷ୍ୟ ଲୋକଙ୍କ ତମାଖୁ ଜନିତ କର୍କଟ ରୋଗରେ ଜୀବନ ଯାଉଛି।ତମାଖୁ ସେବନରେ ୧୭ ପ୍ରକାର କର୍କଟ ରୋଗ ହେବାର ନଜିର ରହିଛି।ଏହି ସବୁ ସତ୍ତ୍ୱେ ତମାଖୁ ନିର୍ମାଣ, ସେବନ ଓ ବର୍ଜନ ରେ ରୋକ ଲାଗୁନି।ପ୍ରତ୍ୟୁକ ବର୍ଷ ତମାଖୁ ବର୍ଜନ ଦିବସ ପାଳନ ହେଉଥିଲେ ସୁଦ୍ଧା ତମାଖୁ କବଳରୁ ମନୁଷ୍ୟ ସମାଜ ମୁକୁଳି ପାରୁନି।କିନ୍ତୁ ଇସ୍କନ ପରିବାର ତରଫରୁ ନିଆରା ସଚେତନତାକୁ ସବୁ ମହଲରେ ପ୍ରଶଂସା ମିଳିଛି।ଆଜି ଅପରାହ୍ନରେ ଡହ ରାସ୍ତା ର ସ୍ୱସ୍ତିକ ବିହାର ଠାରେ ଏକ ସଚେତନ ଓ ପ୍ରବଚନ କାର୍ଯ୍ୟକ୍ରମ ରେ ହରି ନାମ ନିଶାରେ ନିଜକୁ ନିମଗ୍ନ କରି ଜୀବନ କୁ ସରସ ସୁନ୍ଦର କରିବା ପାଇଁ କହିଥିଲେ।