ଭଞ୍ଜନଗର ଥାନାରୁ ବଦଳି ହୋଇଥିବା ପୋଲିସ୍ ଏସଆଇ, ଏଏସଆଇ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଏବଂ ଜଣେ ମହିଳା ଗୃହରକ୍ଷୀ ଅବସର ଗ୍ରହଣ

ଭଞ୍ଜନଗର,୦୪/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଏସଆଇ ଲିପିନା ବିଶ୍ଵାଳ, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ ଇତିମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ଗୃହରକ୍ଷୀ ରାବଣାରାଓ ଅବସର ଗ୍ରହଣ କରିଛନ୍ତି। ତେଣୁ ବୁଧବାର ରାତିରେ ଥାନାରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି, ଜ୍ୟୋସ୍ନାମୟୀ ସାହୁ, ଏଏସଆଇ ଶରତଚନ୍ଦ୍ର ପଣ୍ଡା, ରୁଦ୍ରପ୍ରତାପ କହଁର, ସତ୍ୟନାରାୟଣ ମଲ୍ଲିକ, ହାବିଲଦାର ଦିଲ୍ଲୀପ କୁମାର ରାଉତ, କନଷ୍ଟେବଳ ସାଗର ପ୍ରଧାନ, ନାମ ଗମାଙ୍ଗ, ସନ୍ତୋଷ ନାୟକ, ଗୃହରକ୍ଷୀ ପି. ହେମନ୍ତ ରାଓ, ଗଜେନ୍ଦ୍ର ସ୍ୱାଇଁ, ଶିବରାମ ପ୍ରଧାନ ( ପିଣ୍ଟୁ ), ଜଗା ସେଠି, କାଳୁ ସେନାପତି, ଆକୁଳ ଗୌଡ଼ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଉଭୟ ଅଧିକାରୀ ଭଞ୍ଜନଗର ରେ କାର୍ଯ୍ୟରତ ଥିବା ସମୟରେ ଆଇନଶୃଙ୍ଖଳା କୁ ନିୟନ୍ତ୍ରଣ କରିବା ରେ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲି ବକ୍ତାମାନେ କହିଥିଲେ। ଅରକ୍ଷିତ ପରିଚ୍ଛା ସଭାକୁ ସଂଯୋଜନା କରିଥିଲେ।